ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ପୁରୀ ଦର୍ଶନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ପୁରୀ ଦର୍ଶନ କରିଛନ୍ତି । ଭାରତ ଦର୍ଶନ କାର୍ୟ୍ୟକ୍ରମର ଅଂଶବିଶେଷ ଭାବେ ଏହି ଅଧିକାରୀ ଆଜି ପୁରୀରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ସୁମନ୍ତ କୁମାର କର, ୱାଟକୋ ଜେଲେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉକ୍ତ ଅଧିକାରୀ ମାନଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଜାରି ହେରିଟେଜ କରିଡର, ଡ୍ରିଙ୍କ ଫ୍ରମ ଟ୍ୟାପ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ହେଉଥିବା ଜମି ଅଧିଗ୍ରହଣ ସଂପର୍କରେ ଅବଗତ କରାଇଥିଲେ । ଏହାପରେ ସେମାନେ ତାଳବଣିଆ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସଂପର୍କରେ ପଚାରି ବୁଝିଥିଲେ । ବ୍ଲୁଫ୍ଲାଗ ବିଚ ବୁଲି ସାରିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

ଅଧିକାରୀମାନେ ହେରିଟେଜ କରିଡର ପରିକ୍ରମା କରିବା ସହ ଏଥି ସଂପର୍କିତ ଜମି ଅଧିଗ୍ରହଣ ଓ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ସେମାନେ କୋଣାର୍କ ବୁଲି ଦେଖିଥିଲେ । ଏହି କାର୍ୟ୍ୟକ୍ରମରେ ୧୭ ଜଣ ପ୍ରୋବେସନର ଅଧିକାରୀ ସାମିଲ ଥିଲେ ଏବଂ ପୁରୀ ଦର୍ଶନରେ ଆସି ସେମାନେ ଖୁସି ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ତ ଅଧିକାରୀ ଶ୍ରୀ ପି. ରାମାସ୍ୱାମୀ, ଡେପୁଟି କଲେକ୍ଟର ଗୋପିନାଥ ମିଶ୍ର, ଓଡିଶା ସେତୁ ନିର୍ମାଣ ନିଗମ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବି. ଆଶିଷ କୁମାର ସୁବୁଦ୍ଧି, ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତି ପ୍ରଧାନ ଓ କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *