ପୁରୀ ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଟାଉନ ହଲ ଠାରେ ପୁରୀ ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ୩ ଦିନିଆ ପ୍ରଧାନଶିକ୍ଷକ ସମ୍ମିଳନୀ ଆଜି ପୂର୍ବାହ୍ନରେ ଉଦ୍ଘାଟନ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଦୃଷ୍ଟି ନିବଦ୍ଧ ଓ ଆଲୋଚନା ସହ ଶିକ୍ଷାୟତନ ଗୁଡ଼ିକୁ ବିକଶିତ କରିଛନ୍ତି।ବର୍ତ୍ତମାନ ଯେପରି ଉନ୍ନତ ମାନର ଶିକ୍ଷା ଦାନ ହୋଇ ପାରିବ ଓ ପିଲାମାନଙ୍କ ଫଳାଫଳ ଉନ୍ନତ ମାନର ହୋଇ ପାରିବ ସେଥିପାଇଁ ଯତ୍ନ ବାନ ହେବାକୁ ସେ ଆହ୍ୱାନ ଦେଇଥିଲେ।ବଜେଟରେ ଶିକ୍ଷା କୁ ଗୁରୁତ୍ୱ ଦିଆଯାଇ ଶତକଡା ୨୩ ଭାଗ ଅର୍ଥ ଶିକ୍ଷା କ୍ଷେତ୍ରରେ ବ୍ୟୟ ବରାଦ କରାଯାଉଛି।ସରକାର ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ସହ ଶ୍ରେଷ୍ଠ ବିଦ୍ୟାଳୟ କୁ, ଭଲ ଶିକ୍ଷକ ଙ୍କୁ ପୁରସ୍କୃତ କରିବା ର ବ୍ୟବସ୍ଥା କରିଛନ୍ତି।ଅନୁରୂପ ଭାବେ ଭଲ ରେଜଲ୍ଟ କରୁ ନ ଥିବା ବିଦ୍ୟାଳୟ ଓ ଶିକ୍ଷକ ମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚିନ୍ତା କରିବାକୁ ସେ ମତ ଦେଇଥିଲେ।ଏହି ଭଳି ମଞ୍ଚ ରେ ପ୍ରଧାନଶିକ୍ଷକ ମାନଙ୍କୁ ଏକତ୍ରିତ କରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ବିଦ୍ୟାଳୟୀୟ ସମସ୍ୟା ଦୂରୀଭୂତ ପାଇଁ ଯଥୋଚିତ ପଦକ୍ଷେପ ନିଆଯାଇ ଥିବାରୁ ଆୟୋଜକଙ୍କୁ ସେ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ରୂପେ ,ବିଦ୍ୟାଳୟ ଗଣଶିକ୍ଷା ସଚିବ ଅଶ୍ବତ୍ଥୀ ଏସ୍ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନ ର ବିକାଶ,ଖାଲିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ କୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପୂରଣ କରୁଛନ୍ତି।ପ୍ରଧାନଶିକ୍ଷକ ମାନଙ୍କୁ ଶିକ୍ଷାୟତନ ପ୍ରତି ଯତ୍ନବାନ ହେବାକୁ ପ୍ରେରଣା ଦେବା ସହ ସେମାନଙ୍କୁ ଭଲ ଶିକ୍ଷା ଦାନ ଓ ପରିବେଶ ଗଠନ ପାଇଁ ପୁରସ୍କୃତ ର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଶିକ୍ଷା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ।ମୁଖ୍ୟମନ୍ତ୍ରୀ ଶିକ୍ଷା କୁ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୧୫୦ ଟି ଉଚ୍ଚ ବିଦ୍ୟାଳୟ ର ଟ୍ରାନ୍ସଫର୍ମେସନ ହୋଇ ଥିବା ବେଳେ ଆଗକୁ ଆଉ ୧୦୦ ଗୋଟି ର ଟ୍ରାନ୍ସଫର୍ମେସନ କରାଯାଉଛି ବୋଲି କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ବିଦ୍ୟାଳୟର ଚିତ୍ର ବଦଳିଛି ଅନୁରୂପ ଭାବେ ଶିକ୍ଷା ଦାନ କରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମତ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡା ବିଶ୍ୱଜିତ ଘୋଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ଓ ହିମାଂଶୁ ଭୂଷଣ ସମର୍ଥ ଶିକ୍ଷକମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଅତିଥି ମାନେ ସ୍ମରଣିକା ଅର୍ନ୍ତଦୃଷ୍ଟି କୁ ଉନ୍ମୋଚନ କରିଥିଲେ।ଏହି ଅବସରରେ ଜିଲ୍ଲାର କୃତୀ ଶିକ୍ଷକ, ଛାତ୍ରଛାତ୍ରୀ ଓ ଜିଲ୍ଲା ପାଇଁ ବିଭିନ୍ନ ସମୟରେ ସେବା ପ୍ରଦାନ କରିଥିବା ପୂର୍ବତନ ଜିଲ୍ଲାଶିକ୍ଷାଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସାଧାରଣ ସମ୍ପାଦକ,ଓଷ୍ଟା ପ୍ରକାଶ କୁମାର ମହାନ୍ତି ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଶିକ୍ଷାପ୍ରଦୀପ ସମ୍ପାଦକ, ଓଷ୍ଟା ତଥା ପ୍ରଧାନଶିକ୍ଷକ ଶଙ୍କର କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟର ୪୦୦ ରୁ ଊର୍ଦ୍ଧ୍ବ ପ୍ରଧାନଶିକ୍ଷକ ଯୋଗଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *