ପୁରୀ ଶିକ୍ଷା ଜିଲ୍ଲା ଜୁନିୟର ରେଡ଼କ୍ରସ୍ ର ଶିକ୍ଷା ଓ ତାଲିମ ଶିବିର

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଶିକ୍ଷା ଜିଲ୍ଲା ଜୁନିୟର ରେଡ଼କ୍ରସ୍ ର ଶିକ୍ଷା ଓ ତାଲିମ ଶିବିର ପୁରୀ ଜିଲ୍ଲା ସ୍କୁଲ୍ ପରିସର ମଧ୍ୟରେ ତା – ୪-୩-୨୩ ରିଖ ଦିନ ଉଦ୍ଘାଟିତ ହୋଇଯାଇଛି। ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ବ ଜୁନିୟର ଓ ୯୫ ଜଣ କାଉନସିଲର ଏହି ଶିବିରରେ ଯୋଗଦାନ କରିଛନ୍ତି । ମାନ୍ୟବର ବିଧାୟକ , ପୁରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ଯାତିଥି ଓ ଉଦଘାଟକ ରୂପେ ଯୋଗଦେଇ ଜୁନିୟର ମାନଙ୍କୁ ସେବା ମନୋଭାବ ପରାୟଣ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ଓ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ, ବିଇଓ ,ଗୋପ ସୁଶୀଲ କୁମାର ବ୍ରହ୍ମା, ବିଇଓ ପୁରୀ ସଦର, ନମିତା ପାଣିଗ୍ରାହୀ, ପ୍ରଧାନଶିକ୍ଷକ, ପୁରୀ ଜିଲ୍ଲା ସ୍କୁଲ୍, ଜ୍ୟୋତିର୍ମୟୀ ମିଶ୍ର, ସଭାପତିଙ୍କ ପୁରୀ ଜିଲ୍ଲା ସ୍କୁଲ୍ ଆଲୁମିନି ଆସୋସିଏସନ୍, ରାଜ୍ କିଶୋର ପାତ୍ର , ସଭାପତି, ଜିଲ୍ଲା ସ୍କୁଲ୍ ଏମ୍ ଏମ୍ ସି, ସୁଧାଂଶୁ ଶେଖର ରାୟ , ସମ୍ପାଦକ, ପୁରୀ, ଉପସଭାପତି JRC , ପୁରୀ, ରମେଶ ଚନ୍ଦ୍ର ରମେଶ ଚନ୍ଦ୍ର ବଳିଆର ସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। JRCO, ପୁରୀ, ବିଦ୍ୟାଧର ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ,JRC, ପୁରୀ ମହେନ୍ଦ୍ର କୁମାର ବିଶ୍ବାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଶିବିର ତିନି ଦିନ ଧରି ପରିଚାଳିତ ହେଉଛି । ଏହାର ପ୍ରଥମ ଓ ଦ୍ବିତୀୟ ଦିବସରେ ଜୁନିୟର ମାନଙ୍କୁ ରେଡକ୍ରସ୍ ଇତିହାସ, ରେଡକ୍ରସ୍ ଚିହ୍ନ ର ମହତ୍ତ୍ଵ, Fast Aid,ନିଶା ନିବାରଣ , ବିଦ୍ୟାଳୟ ରେ ରେଡ଼କ୍ରସ୍ କାର୍ଯ୍ୟ ଓ ଶଡକ ସୁରକ୍ଷା ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମ ସଭାପତି, ଜୁନିୟର ରେଡ଼କ୍ରସ୍, ପୁରୀ ତଥା ଜିଲ୍ଲା ଶିକ୍ଷାଧିକାରୀ, ପୁରୀ,ଡଃ, ବିଶ୍ବଜିତ ଘୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *