ରେଳ ଟିକେଟରେ ଠକେଇ, ଆରପିଏଫର ଚଢାଉ ଜାରି

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ବଜାରରେ ରେଳ ଟିକେଟର କଳା ବଜାରି। କୁଆଁପଳା ସ୍ଥିତ ଏ – ୱାନ ଅନଲାଇନ୍ ସେଣ୍ଟରରେ ନକଲି ରେଳ ଟିକେଟ କରାଯାଉଥିବାକୁ ନେଇ ରେଳ ବିଭାଗର କଟକ ଆର ପି ଏଫ୍ ର ଏକ ଛଅ ଜଣିଆ ଟିମର ଚଢାଉ ଜାରି। ସମ୍ପୃକ୍ତ ଅନଲାଇନ ସେଣ୍ଟରଟି ଦୀପକ ସାହୁ ନାମକ ଯୁବକଙ୍କର ବୋଲି ଜଣା ପଡିଛି। ଦୀପକ ଅନେକ ଦିନରୁ ନିଜ ପର୍ସନାଲ ଆଇଡିରୁ ଗ୍ରାହକ ମାନଙ୍କ ପାଇଁ ରେଳ ଟିକେଟ କରି ବ୍ୟବସାୟ କରୁଥିଲେ। ଏ ସମନ୍ଧରେ ଗତ କିଛି ଦିନ ହେବ ତାଙ୍କ ଆଇଡିକୁ ରେଳ ବିଭାଗ ସ୍କାନରରେ ରଖିଥିଲା। ଆଜି ଅତର୍କିତ ଭାବରେ ତାଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ମାହାଙ୍ଗା ପୋଲିସ ସହାୟତାରେ ସାଇବର ସେଲର ଜଣେ ଅଧିକାରୀ ଙ୍କ ସହ ଆର ପି ଏଫ୍ ର ସବ୍- ଇନ୍ସପେକ୍ଟର ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଛଅ ଜଣିଆ ଏକ ଟିମ୍ ଚଢାଉ କରି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ସଂପୃକ୍ତ ଅନଲାଇନ ସେଣ୍ଟରର ମଲିକ ଦୀପକ ସାହୁଙ୍କୁ ଧାରା ୧୪୧ ରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ।

Leave a Reply

Your email address will not be published. Required fields are marked *