ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା

Spread the love

କଟକ, (ନାଗରାଜ ନ୍ୟୁଜ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା। ଉଭୟଙ୍କ ମଧ୍ୟରେ ଶେଷ ହେଲା ମଧ୍ୟସ୍ଥତା । ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କଲେ ସାଂସଦ ଅନୁଭବ ମହାନ୍ତି। ମଧ୍ୟସ୍ଥତା ବନ୍ଦ କରି ଶୁଣାଣୀ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଅନୁଭବ। ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ। କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି। ତେବେ ପାରିବାରିକ ବିବାଦ ମାମଲାରେ ଉଭୟ ଆଜି କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ।

Leave a Reply

Your email address will not be published. Required fields are marked *