ରାମ ସେନା ଏବଂ ବଜରଙ୍ଗି ଦଳର ରାମ ନବମୀ ପାଳିତ

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଏବଂ ସିମୁଳିଆ ବ୍ଲକରେ ଥିବା ରାମ ସେନା ଏବଂ ବଜରଙ୍ଗୀ ଦଳର ବାଲେଶ୍ୱର ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାମ ନବମୀ ପାଳିତ ହୋଇଯାଇଛି।ଆଜି ରାମ ନବମୀ ଅବସରରେ ରାମ ସେନା ଏବଂ ବଜରଙ୍ଗୀ ଦଳର ସଦସ୍ୟମାନେ ପ୍ରଥମେ ଖାଇରା ବ୍ଲକ କୁରୁଣ୍ଟା ଗାଁରେ ଥିବା ରାମ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପୂଜାର୍ଚନା କରି ଶତାଧିକ ସଦସ୍ୟମାନେ ଏକ ବାଇକ ଶୁଭାଯାତ୍ରାରେ ବାହାରିଥିଲେ।ଏହି ବାଇକ ଶୁଭାଯାତ୍ରା କୁରୁଣ୍ଟାରୁ ବାହାରିଗଣ୍ଡିବେଡ଼, ତୁରିଗଡ଼ିଆ, ଡଗରପଡା, ଅଚ୍ୟୁତପୁର, ଓଝାପୋଖରୀ, ମହତୀପୁର, ଖଇରା ବଜାର ସମେତ ସିମୁଳିଆ ବ୍ଲକର ବିଭିନ୍ନ ଗାଁରେ ବୋଲିଥିଲେ।ଏହି ଶୁଭାଯାତ୍ରାରେ ଏକ ନାରା ଏକ ନାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଜନସାଧାରଣଙ୍କ ମନରେ ଭକ୍ତି ଭାବନାକୁ ଜାଗୃତ କରିଥିଲେ ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *