ମାହାଙ୍ଗା ଡବଲ ମର୍ଡର ଘଟଣା, ରମାକାନ୍ତ ବରାଳଙ୍କୁ ହତ୍ୟା ଧମକ

Spread the love

କଟକ, (ନାଗରାଜ ନ୍ୟୁଜ): ମାହାଙ୍ଗା ବହୁ ଚର୍ଚ୍ଚିତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଡବଲ ମର୍ଡର ଘଟଣା ଫେରାର ଥିବା ଚାରି ଜଣ ଅପରାଧୀ ଅଞ୍ଚଳରେ ବୁଲୁଥିବା ବେଳେ କୁଳମଣିଙ୍କ ପୁଅ ସରପଞ୍ଚ ରମାକାନ୍ତ ବରାଳଙ୍କୁ ଏକ ପୋଷ୍ଟାଲ ଚିଠି ମାଧ୍ୟମରେ ହତ୍ୟା ଧମକ ଆସିଛି । ସେଥିରେ ଉଲ୍ଲେଖ ଅଛି ତତେ ମର୍ଡର କରି ଗଙ୍ଗା ନଦୀରେ ଭସେଇଦବୁ ତୋ ବାପା ଭଳି ତୁ ମରିବୁ । ତତେ ଯୋବ୍ରା ଟୋକା ମାରିବେ ତୁ ପ୍ରତାପ ଜେନାର କଣ କରିବୁ । ଏହି ଭଳି ଏକ ଧମକ ପୂର୍ଣ୍ଣ ଚିଠି ପାଇବା ପରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦେଲେ। ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନ୍ୟ ଚାରିଜଣ ହତ୍ୟାକାଣ୍ଡ ଅପରାଧୀ ଫେରାର ଅଛନ୍ତି। ଫେରାର ଥିବା ଆସାମୀ ମାନେ ଏବେ ବେଳେ ବେଳେ ଆସି ଖୋଲା ଖୋଲି ଭାବରେ ସ୍ଥାନୀୟ ଅଞ୍ଚଳରେ ବୁଲୁ ଥିବାରୁ ପୋଲିସ ସୁରକ୍ଷା ମାଗିଲେ ରମାକାନ୍ତ ବରାଳ। ଏନେଇ ମାହାଙ୍ଗା ଥାନା ପକ୍ଷରୁ କେସ ନଂ ୯୦/୨୦୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେଥିରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନା କୁ ବାଦ୍ ଦେଇ ଅନ୍ୟ ଚାରି ଜଣକ ନା ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପୋଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲା ।

Leave a Reply

Your email address will not be published. Required fields are marked *