ଆଞ୍ଚଳିକ ସେବା ସଂଗଠନ ଗଁଦିଆର ସଭା ଗୃହ ଶିଳାନ୍ୟାସ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆଞ୍ଚଳିକ ସେବା ସଂଗଠନ ଗଁଦିଆ ର ସଭା ଗୃହ ଶିଳାନ୍ୟାସ ହୋଇଛି, ଏହି ଆଞ୍ଚଳିକ ସେବା ସଂଗଠନ ଟି ଦୀର୍ଘ 10 ବର୍ଷ ହେବ ବିଭିନ୍ନ ସେବା କାର୍ଯ୍ୟକ୍ରମ କରି ଆସିଛି, ଯାହାକି ଅସହାୟ ଙ୍କୁ ବିବାହ ଏବଂ ମେଡିକାଲ ଖର୍ଚ୍ଚ ପାଇଁ 3ରୁ 5ହଜାର ଅର୍ଥ ସହାୟତା, ପ୍ରତି ବର୍ଷ 500 କମ୍ବଳ ବଣ୍ଟନ, ଭାଗ୍ୟେ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ ରେ ଶହେ ଲୋକଙ୍କୁ ଶ୍ରୀକ୍ଷେତ୍ର ଦର୍ଶନ,କରୋନା ମହାମାରୀ ସମୟରେ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ, ଭଳି ଅନେକ କାର୍ଯ୍ୟକ୍ରମ କରିଆସୁଛନ୍ତି . ହେଲେ ତାଙ୍କ ପାଖରେ କୌଣସି ସ୍ଥାୟୀ ଗୃହ ଟିଏ ନଥିଲା ଆଜି ଏହି ଆଞ୍ଚଳିକ ସଂଗଠନ ର ଘର ଟିଏ ପାଇଁ ଶୁଭ ଶିଳାନ୍ୟାସ ହୋଇଛି . ଏଥିରେ ଯୋଗ ଦେଇଛନ୍ତି ଆଞ୍ଚଳିକ ସେବାସଂଗଠନ ର ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅଭିମନ୍ୟୁ ସାହୁ, କୋଷାଧକ୍ଷ ପ୍ରଭାସ କୁମାର ସାହୁ, ଉପସଭାପତି ତାପସ କୁମାର ରାଉତ, ସଭ୍ୟ -ଅଜିତ ପ୍ରସାଦ ରାଉତ, ଶ୍ରୀଧର ଭୋଇ, ବିଶ୍ୱଜିତ ସାହୁ, ସୁବାସ ଚନ୍ଦ୍ର ସାହୁ,ଗଣେଶ୍ୱର ପ୍ରଧାନ, ହେମନ୍ତ କୁମାର ବ୍ରହ୍ମ, ରବିନାରାୟଣ ମହାରଣା, ଜୟନ୍ତୀ ସାହୁ, ସରସ୍ବତୀ ସାହୁ, ମମତା ସାହୁ ଅମିତା ସାହୁ ଏବଂ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *