ମମିତା ମେହେର ହତ୍ୟା ଘଟଣା, ପ୍ରତିକ୍ରିୟା ରଖିଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା

Spread the love

କଟକ, (ନାଗରାଜ ନ୍ୟୁଜ): ଓଡ଼ିଶା ଡ଼ିଜିପିଙ୍କ ସହ ଭେଟିବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ପ୍ରତିକ୍ରିୟା । ମମିତା ମେହେର ହତ୍ୟା ଘଟଣାରେ ଡ଼ିଜିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ । ତଦନ୍ତ ଓ ଚାର୍ଜସିଟ ସମ୍ବନ୍ଧରେ ଡ଼ିଜିଙ୍କ ପାଖରେ କୌଣସି ସୂଚନା ନାହିଁ । ପୁନର୍ବାର ଏହି ଘଟଣାରେ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟ୍ ରେ ନାଁ ଦାଖଲ କରିବାର ଆବଶ୍ୟକତା ରହିଛି । ଓଡ଼ିଶା ପୋଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ କରିବା ନିହାତି ଆବଶ୍ୟକତା ରହିଛି । କେସକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ରଖିଲେ ପ୍ରତିକ୍ରିୟା। ରାଜ୍ୟରେ ମହିଳା ସୁରକ୍ଷିତ ଅଛନ୍ତି। ମମିତା ମେହେର ଘଟଣାରେ ରାଜ୍ୟ ପୋଲିସ ତଦନ୍ତ ସଠିକ୍ ଭାବେ ଚାଲିଛି। ବର୍ତ୍ତମାନ ମାମଲା ବିଚାରାଧୀନ ରହିଛି। ପୋଲିସର ଚାର୍ଜସିଟ ଠିକ୍ ଅଛି।

Leave a Reply

Your email address will not be published. Required fields are marked *