କରୋନା ଯୋଦ୍ଧାଙ୍କୁ ସମ୍ମାନ

Spread the love

ବଡମ୍ବା: ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ ହରିଦ୍ଵାର ନରସିଂହପୁର ଶାଖା ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି । ବଡ଼ମ୍ବା ହାଟ ଛକ ଠାରେ ଥିବା ମହାଦେବ ମନ୍ଦିର ପ୍ରାଙ୍ଗଣରେ ବଡ଼ମ୍ବା ବ୍ଲକର କରୋନା ଯୋଦ୍ଧା ମାନଙ୍କୁ ବଡମ୍ବା ନାରାୟଣ ଚନ୍ଦ୍ର ବଣିକ ସଂଘର ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ କରାଯାଇଥିଲା । କରୋନା ମହାମାରୀକୁ ପ୍ରତିହତ କରି ନିଜ କାର‌୍ୟ୍ୟକ୍ଷେତ୍ରରେ ଯୋଗଦେଇଥିବା ବଡ଼ମ୍ବା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ ଯୋଗଦେଇ ଅଞ୍ଚଳର ଅନ୍ୟ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନରସିଂହପୁର ଶାଖା ଗାୟତ୍ରୀ ପରିବାରର ମୁଖ୍ୟ ବାବା ଅନନ୍ତ ରାମ ଦାସ, ୧୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାପାତ୍ର, ବିଶ୍ଵ ଯୁବ ଶାନ୍ତି ରାଷ୍ଟ୍ରଦୂତ ବିଜୟ କୁମାର ପଣ୍ଡା, ଭଗବାନ ମଲିକ୍ ଯୋଗ ଦେଇଥିଲେ।ରମେଶ ଚନ୍ଦ୍ର ବେହେରା ସଭା ସଂଯୋଜନା କରିଥିଲେ। ଏହି ଅବସରରେ ବଡମ୍ବା ଥାନା ଅଧିକାରୀ, ଡାକ୍ତର, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀଙ୍କ ସହିତ ଏହି କରୋନା ଯୁଦ୍ଧରେ ସାମିଲ ହୋଇଥିବା ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିବା ସହିତ ବଡମ୍ବାର ୫ ଜଣ ଝିଅଙ୍କୁ କନ୍ୟା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *