ରାଜ୍ୟରେ ପୁଣି ଫେରିଲା ଲକଡାଉନ

Spread the love

ଭୁବନେଶ୍ଵର (ନାଗରାଜ ନ୍ୟୁଜୁ ) ରାଜ୍ୟରେ ଦୃତ ଗତିରେ ବଢୁଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଲକ୍‌ଡାଉନ ରାଜ୍ୟରେ ଘୋଷଣା କରିଛନ୍ତି । ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।
ସ୍ବାସ୍ଥ୍ୟସେବା ତଥା  ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

୨୦୨୦ ମସିହାରେ ସବୁରି ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କରୋନାକୁ ମାତ୍ ଦେବାପାଇଁ ରାଜ୍ୟ ସରକାର ପ୍ରଥମେ ଯେଉଁ ଲକଡାଉନ ଘୋଷଣା କରିଥିଲେ ତାହା ପୂରା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ରଖି ଦେଇଥିଲା । ସେଥିରୁ ଆଜି ପର୍ଯ୍ୟନ୍ତ ଲୋକେ ଦୃଢ ହୋଇ ଛିଡା ହୋଇନାହାନ୍ତି ତା ଉପରେ ୨୦୨୧ ଲକଡାଉନ ଯାହା ପୂରା ରାଜ୍ୟକୁ ୧୯୦୦ ମସିହା ତଳକୁ ଟାଣିନେଇଯିବ ଯାହା ଅନୁମାନ କରାଯାଉଛି । ଏଥରକ ଯଦି ରାଜ୍ୟବାସୀ କରୋନା କଟକଣାକୁ ସରକାରଙ୍କ ନିୟମକୁ ନମାନନ୍ତି ପରିସ୍ଥିତି ଭୟଙ୍କର ହେବାର ଯାହା ଘଟୁଥିବା ପରିସ୍ଥିତିରୁ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *