ବାଘମରା ଗାଁରେ ପଥର ମାଫିଆଙ୍କ ଆକ୍ରମଣରେ ଆରଆଇ ଲହୁଲୁହାଣ

Spread the love

ଖଇରା,(ନାଗରାଜ ନ୍ୟୁଜ): ବେଆଇନ ପଥର ବ୍ଲାଷ୍ଟିଂ ଓ ଚୋରା ଚାଲାଣର ତଦନ୍ତ ପାଇଁ ଯାଇଥିଲେ RI,ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ବାଘମରା ଗାଁରେ ସଜନାଗଡ ଆର୍ ଆଇ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିିଲେ ପଥର ମାଫିଆ । ସୂଚନା ଅନୁଯାୟୀ ଦୁଇ ତିନି ଦିନ ପୂର୍ବରୁ ବାଘମରା ନିକଟ ରେ ବେଆଇନ ବିସ୍ଫୋରଣ କରିଥିବା କଥା ନୀଳଗିରି ତହସିଲଦାର ଅଶେଷ କୁମାର ନାୟକଙ୍କୁ ଖବର ମିଳିବା ପରେ ସୋମବାର ୧୧ ଘଟିକା ସମୟରେ ସଜନାଗଡ ଆର୍. ଆଇ. ସନ୍ତୋଷ କୁମାର ବେହେରାଙ୍କୁ ତଦନ୍ତ ପାଇଁ ପଠାଇଥିଲେ । ବେଆଇନ୍ ଭାବେ ବିସ୍ଫୋରଣ କରି ପଥର ଚୋରା ଚାଲାଣ କରୁଥିବା ଏହି ଜୈନିକ ବାପ ଓ ପୁଅ ଦ୍ବୟ ସଂପୃକ୍ତ ଆର୍. ଆଇ. ସନ୍ତୋଷ କୁମାରଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ଲୁହାଛଡ଼ରେ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିବାର ଅଭିଯୋଗ ହୋଇଛି । ଏହା ସହ ପ୍ରମାଣ ନଷ୍ଟ କରିବା ପାଇଁ ଆର୍.ଆଇ.ଙ୍କ ମୋବାଇଲ ଭାଙ୍ଗିବା ସହ ତାଙ୍କ ପର୍ସ ଓ ସେଥିରେ ଥିବା ୪୦୦୦ ଟଙ୍କା ମଧ୍ୟ ନେଇଯାଇଥିବା ନୀଳଗିରି ଥାନାରେ ଆରାଇ ସନ୍ତୋଷ ସନ୍ଦାରେ ଲିଖିତ ଅଭିଯୋଗ କରିଛନ୍ତି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *