ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଙ୍ଗକୁ ବଢିଲା ବସ୍ ଭଡା

Spread the love

ଓଡ଼ିଶା: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଙ୍ଗକୁ ବଢିଲା ବସ୍ ଭଡା । ଗୋଟେ ପଟେ କରୋନାରେ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବା ବେଳେ ତୈଳଦର ସାଙ୍ଗକୁ ବସ୍ ଭଡ଼ା ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଦରକୁ ଦେଖି ବସ୍ ଭଡା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଥିବା ସୂଚନା ରହିଛି। ସୂଚନା ଅନୁସାରେ, କିଲୋମିଟର୍ ପିଛା ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୫ରୁ ୭୬ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ ପଇସାରୁ ୧ ଟଙ୍କା ୦୭ ପଇସା ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *