ରାସ୍ତା କଡରୁ ଶବ ଉଦ୍ଧାର

Spread the love

କଟକ : ତ୍ରିଶୁଳିଆ ବାଙ୍କୀ ମୁଖ୍ୟ ରାସ୍ତାର ବ୍ରାହ୍ମଣୀଗାଁ ପାଖ ରାସ୍ତା କଡରୁ ଜଣେ ଯୁବକର ଶବ ଉଦ୍ଧାର କରିଛି ବାରଙ୍ଗ ଥାନା ପୁଲିସ। ଶବଟି କଟକ ବଙ୍ଗାଳି ସାହିର ଆଶିଷ କୁମାର ମହାନ୍ତି (୩୦) ବୋଲି ପୁଲିସ ଚିହ୍ନଟ କରିଛି। ସେ କଟକ ସଦର ତହସିଲର ଜଣେ ଜଟା ଏଣ୍ଟ୍ରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ବାରଙ୍ଗ ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।

Leave a Reply

Your email address will not be published. Required fields are marked *