ଡକାୟତି ଘଟଣାର ପର୍ଦ୍ଦାଫାଶ, ୯ ଡକାୟତ ଗିରଫ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଗତ୧୮ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ଜାମ୍-ପାଲା ବିଦ୍ୟୁତ ଗୋଦାମର କର୍ମଚାରୀ ମାନଙ୍କୁ ମରଣାତ୍ମକ ଆକ୍ରମଣ କରି ଲକ୍ଷ୍ୟଧିକ ଟଙ୍କା ମୂଲ୍ୟର ପିକଅପ ଭୈନରେ ଲୋଡହୋଇ ରହିଥିବା ଆଲୁମିନିୟମ ତାର କୁ ଗାଡ଼ି ସହ ଲୁଟି ନେଇଥିଲେ। ପରେ ଗୋଦାମାଲିକ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ରାଜଗାଙ୍ଗପୁର ଏସଡିପିଓ ଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ଶ୍ରୀ ବିବସ୍ଛପ୍ରଧାନ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣ ଡକାୟତ କୁ ଗିରଫ କରିବା ସାଙ୍ଗେସାଙ୍ଗେ ଚୋରି ହୋଇଥିବା ପିକଅପଭୈନ ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ଆଲୁମିନିୟମ ତାର କୁ ମଧ୍ୟ ଉଦ୍ଧାର କରିଥିଲେ। ଡକାୟତମାନଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ,ଲୁହାରଡ, ଛୁରୀ, ଖଣ୍ଡା ସହିତ ୪ଟି ମୋବାଇଲ ମଧ୍ୟ ଜବତ କରିଛି। ଅନ୍ୟ ପକ୍ଷରେ ଚୋରି ସାମଗ୍ରୀସବୁ କିଣି ଥିବା ରାଉରକେଲା ବେଦବ୍ୟାସ ର ଜଣେ ବ୍ୟବସାୟୀ କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *