ଗ୍ରାମାଞ୍ଚଳ ସାଂସ୍କୃତିକ ବିକାଶ ହିଁ ଭାରତୀୟ ସାଂସ୍କୃତିକ ବିକାଶର ପରିଚାୟକ, କହିଲା କଳାକାର ମହାସଂଘ

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ଗଞ୍ଜାମ ଜିଲ୍ଲା କୁମାରପାଣି ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ନାମ ଯଜ୍ଞ ଅନୁଷ୍ଟନ ଅବସରରେ ହୁକୁମା ମଝିଆ ପୁଞ୍ଜା ସିଦ୍ଧେଶ୍ୱର ନାଟ୍ୟ ସଂଘ ପ୍ରଯୋଜିତ ମହାନ୍ ପୌରାଣିକ ନାଟକ ” ଶ୍ରୀରାମ ଭକ୍ତ ମାରୁତି ” ନାଟକର ଶୁଭ ଉଦ୍ଘାଟନ କାଳରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଗ୍ରାମାଞ୍ଚଳ ସାଂସ୍କୃତିକ ବିକାଶ ହିଁ ଭାରତୀୟ ସାଂସ୍କୃତିକ ବିକାଶର ଯଥାର୍ଥ ମାପଦଣ୍ଡ ବୋଲି ମତବ୍ୟକ୍ତ କରିଥିଲେ । ଡ଼ା. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସୁନାମଧନ୍ୟ ସାମ୍ବାଦିକ ସରୋଜ ମହାନ୍ତି, ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ଆନ୍ଧ୍ରପ୍ରଦେଶ ଅଧ୍ୟୁଷିତ ଓଡ଼ିଶା ବିଚ୍ଛିନ୍ନାଞ୍ଚଳର ସୁନାମଧନ୍ୟ ସମାଜସେବୀ କୁରା ଗୌଡ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଲୋକ ସଂସ୍କୃତି ହିଁ ଓଡ଼ିଆଙ୍କ ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ପରିବେଷିତ ନାଟକର ନିର୍ଦ୍ଦେଶକ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ସହଯୋଗୀ ନିର୍ଦ୍ଦେଶକ ଗୁରୁ ସୀମାଞ୍ଚଳ ସାହୁଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ କଳାକାରଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା । ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶଳ୍ ସ୍ବାଗତ ଭାଷଣ କ୍ରମରେ ଉଭୟ କଳା ଓ କଳାକାରଙ୍କ ବିକାଶ ଓ ପ୍ରଗତି କ୍ଷେତ୍ରରେ ଅବା ଯେ କୌଣସି ସାଂସ୍କୃତିକ ଅନୁଷ୍ଠାନ କ୍ଷେତ୍ରରେ ମହାସଂଘ ତାର କର୍ତ୍ତବ୍ୟରେ କଦାଚିତ୍ ଅବହେଳା କରିବ ନାହିଁ ବୋଲି ସୂଚନା ଦେବା ସହ ସବୁ କଳାକାର ଏକ ପରିବାରର ମନ୍ତ୍ରରେ ନାଟକରେ ସଂପୃକ୍ତ କଳାକାର ମାନଙ୍କୁ ଦୀକ୍ଷିତ କରିଥିଲେ । ପରିଶେଷରେ କୁମରପାଣି ଗ୍ରାମ୍ୟ କମିଟି ପକ୍ଷରୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ମଇ ଅଠର ତାରିଖ କଳାକାର ସଂହତି ଦିବସ ଅବସରରେ ଦଣ୍ଡ ଚଢ଼େୟା ଲୋକ ନାଟକ ମହୋତ୍ସବ ମହାସଂଘ ତରଫରୁ ଅନୁଷ୍ଠିତ ହେବା ସମ୍ପର୍କରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସୂଚନା ଦେଇଥିଲେ । ବାଲେଶ୍ବର ସାମ୍ବାଦିକ ତଥା ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *