ଋଷ-ଭାରତ ଦ୍ୱିପାକ୍ଷିକ ବୈଠକ, ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ଉଭୟ ପକ୍ଷରୁ ଚୁକ୍ତିନାମା ସ୍ୱାକ୍ଷର

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷର ପ୍ରତିପକ୍ଷ ସର୍ଗି ଶୋଏଗୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉତ୍ତରପ୍ରଦେଶର ଆମେଠୀରେ ମିଳିତ ଉଦ୍ୟମରେ ପ୍ରାୟ ୬ ଲକ୍ଷ ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ଉଭୟ ପକ୍ଷ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଡିଲର ମୂଲ୍ୟ ୫୦୦୦ କୋଟିରୁ ଅଧିକ ଅଟେ । ଏହାସହିତ ୨୦୨୧ ରୁ ୨୦୩୧ ପର୍ୟ୍ୟନ୍ତ ପରବର୍ତ୍ତୀ ଦଶନ୍ଧି ପାଇଁ ସାମରିକ ବୈଷୟିକ ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଚୁକ୍ତିନାମା ମଧ୍ୟ କରିଛନ୍ତି। ଏହି ବୈଠକ ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ଆମେ ଆଶା କରୁଛୁ ଯେ ଏହି ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ଋଷ ଭାରତ ପାଇଁ ଏକ ପ୍ରମୁଖ ଅଂଶୀଦାର ହୋଇ ରହିବ। ପ୍ରତିରକ୍ଷା ଉପକରଣର ସହ-ବିକାଶ ଏବଂ ସହ-ଉତ୍ପାଦନ, ଯାହା ଭାରତର ଆତ୍ମନିର୍ଭରଶୀଳତାକୁ ନେଇ ଆଗେଇ ଆସୁଛି ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା ଯୋଗାଯୋଗ ଅତୀତରେ ଦୃଢ ରହିଛି ।

ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ରବିବାର ଦିନ ଦିଲ୍ଲୀରେ ପହଞ୍ଚି ଭାରତର ପ୍ରତିପକ୍ଷଙ୍କ ସହିତ ୨/୨ ବୈଠକ କରିଛନ୍ତି । ଏହି ବୈଠକରେ ଉଭୟ ପକ୍ଷ ମଧ୍ୟରେ ରାଇଫଲ ଏବଂ ହେଲିକପ୍ଟର, ପ୍ରତିରକ୍ଷା ଲଜିଷ୍ଟିକ୍ସ, ତୈଳ ଏବଂ ମହାକାଶ ସମେତ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦଶଟି ଚୁକ୍ତିନାମା ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *