ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରୁଷ-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭ ଏବଂ ଖାରକିଭ ସହର ଉପରେ ରୁଷ ସେନାଙ୍କ ଆକ୍ରମଣ ଜାରି ରହିଛି। ଏହି ପରିସ୍ଥିତିରେ ଭାରତ ସରକାର ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ନୂଆ ନୀତି ଆପଣେଇଛନ୍ତି।
🎯ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ
🎯ବେଲାରୁଷରେ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା
🎯ୟୁକ୍ରେନ ରାଜଧାନୀ କ୍ଵିଭରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ
🎯ୟୁକ୍ରେନରେ ଫସି ଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସ୍ପାଇସଜେଟ
🎯ଜିଟୋମିର ଏୟାରପୋର୍ଟ ଉପରେ ରୁଷର ମିଶାଇଲ ମାଡ଼
🎯ୟୁକ୍ରେନର ସେହିନି ଗ୍ରାମରୁ ବାହାରୁଛନ୍ତି ଭାରତୀୟ
🎯ୟୁକ୍ରେନକୁ ସହାୟତା କରିବାକୁ ପହଞ୍ଚିଲା ଆମେରିକା
🎯ୟୁକ୍ରେନକୁ ରୁଷର ଖୋଲା ଚ୍ୟାଲେଞ୍ଜ: ‘ଏଥର ଆଣବିକ ଅସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’
🎯ରୁଷ ସହ ଶାନ୍ତି ବାର୍ତ୍ତା ପାଇଁ ଇସ୍ରାଏଲର ପ୍ରସ୍ତାବ, ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ସୋମବାର ହୋଇପାରେ ଆଲୋଚନା
🎯ୟୁକ୍ରେନ୍ ସଙ୍କଟକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ସଭା, ମତଦାନରୁ ଦୂରେଇ ରହିଲେ ଭାରତ ଓ ଚୀନ
🎯ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେନା ମାଡ଼ ମାରୁଥିବା ଅଭିଯୋଗ, ଭାଇରାଲ ହେଉଛି ଭିଡିଓ
🎯ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ “ରୁଷ ମତେ ହତ୍ୟା କରିବା ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଛି”
🎯ୟୁକ୍ରେନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ର୍ଥ ଉଚ୍ଚସ୍ତରୀୟ ବୈଠକ, ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ
 ଅପରେସନ୍ ଗଙ୍ଗା ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯିବ
🎯ୟୁକ୍ରେନ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତର କୋରିଆ
୨ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ିଲେଣୀ, ରୁଷ ହରାଇଲାଣି ୪,୩୦୦ ସୈନ୍ୟ