ଏସ୍. ଆର୍. ଗ୍ରୁପର ନୂତନ ପ୍ରେଟୋଲପମ୍ପ ଉଦଘାଟନ କଲେ ସିନେ ଅଭିନେତ୍ରୀ

Spread the love

ଖଇରା, (ନାଗରାଜ ନ୍ୟୁଜ): ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼-ମାର୍କୋଣା ରାସ୍ତାର ମାଟିଆଳପଦା ଛକ ନିକଟରେ ସ୍ଥାନୀୟ ଅଞ୍ଚଳର ଯୁବ ଶିଳ୍ପପତି ଇଂ,ରାଜେଶ ମୋହାକୁଡ଼ଙ୍କ ଉଦ୍ୟମରେ ହୋଇଥିବା ଇଣ୍ଡିଆନ ଅଏଲ ପ୍ରେଟୋଲ ପମ୍ପ ମୋହlକୁଡ଼ ଫିଲିଗଂ ଷ୍ଟେସନ୍ ର ଆଜି ଶୁଭ ଉଦଘାଟନ ହୋଇଯାଇଛି।ଏହି ପ୍ରେଟ୍ରୋଲପମ୍ପର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଜିନା ସାମଲ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରେଟୋଲ ପମ୍ପକୁ ଉଦଘାଟନ କରିଥିଲାବେଳେ ସମ୍ମାନୀତ ଅତିଥିଭାବେ ଶିଳ୍ପପତି ରାମ ଚନ୍ଦ୍ର ମୋହାକୁଡ, ଇଣ୍ଡିଆନ୍ ଅୟେଲ ସେଲସ୍ ଅଫିସର ସୌମ୍ୟଜିତ୍ ଦଲାଇ, ବାଲେଶ୍ୱର ଜିଲ୍ଲା ପେଟ୍ରୋଲୀୟମ ଡିଲର ସଙ୍ଘର ସମ୍ପାଦକ ପ୍ରଦୀପ କୁମାର ଦାସ, ପ୍ରମୁଖ ଯୋଗଦେଇଥିଲେ।ଆଜି ପେଟ୍ରୋଲ ପମ୍ପର ଉଦଘାଟନୀ ଉତ୍ସଵରେ ଗ୍ରାହକଙ୍କ ପାଇଁ ମୋହାକୁଡ଼ ଫିଲିଙ୍ଗ ଷ୍ଟେସନ ତରଫରୁ ଲକିଡ୍ର ମାଧ୍ୟମରେ ଆକର୍ଷଣୀୟ ଉପହାର ରହିଥିବାବେଳେ ତେଲ ପକାଇଥିବା ଗ୍ରାହକଙ୍କୁ କୂପନ ଦିଆଯାଇଥିଲା।ଉପହାରର ଅଫର ଥିବା ଯୋଗୁଁ ଆଜି ପ୍ରଥମ ଦିନରେ ହଜାର ହାଜର ଗ୍ରାହକଙ୍କ ଭିଡ଼ ଲାଗିଥିଲା।ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ ହୋଇଥିବାବେଳେ ଗାଡ଼ି ଚାଳକଙ୍କ ଅସୁବିଧାକୁ ଆଖିଆଗରେ ରଖି ଏଠାରେ ପେଟ୍ରୋଲ ପମ୍ପ କରିଥିବା ପମ୍ପ ଉନର ପ୍ରକାଶ କରିଛନ୍ତି।ଅନ୍ୟପଟେ ଗ୍ରାମାଞ୍ଚଳରେ ଏହି ପ୍ରେଟ୍ରୋଲ ପମ୍ପ ହେବା ଦ୍ୱାରା ତେଲ ପକାଇବାକୁ ସୁବିଧା ହେବ ବୋଲି ଗ୍ରାହକ ମାନେ କହିବା ସହିତ ବେସ ଖୁସିଥିବା କହିଛନ୍ତି।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *