ତେଗ ବାହାଦୂର୍ ଜୀଙ୍କ ସ୍ମୃତିରେ ବଳିଦାନ ଦିବସ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ):  ଶିଖ ନବମ ଗୁରୁ ଶ୍ରୀ ତେଗ ବାହାଦୁର ଜୀ ଙ୍କ ୩୪୭ ତମ ସହିଦୀ ଦିବସକୁ ସମଗ୍ର ରାଷ୍ଟ୍ରରେ ବଳିଦାନ ଦିବସ ଭାବେ ପାଳନ କରାଯାଉଛି।ଏହି କ୍ରମରେ ଭାରତ ରକ୍ଷା ମଞ୍ଚ, , ଗୁରୁଦ୍ୱାରା ଆରତୀ ସାହେବ ପୁରୀ, ଶ୍ରୀ ଗୁରୁ ନାନକ ଦେବଜୀ ରିଲିଜିଅସ ଚାରିଟେବୁଲ ଟ୍ରଷ୍ଟ, ପୁରୀ ର ମିଳିତ ଆନୁକୁଲ୍ଯରେ ଗୁରୁବାର ଦିନ ବଳିଦାନ ଦିବସ ରୂପେ ପାଳନ କରାଯାଇଛି।ଏହି ଅବସରରେ ପୁରୀର ପବିତ୍ର ମହୋଦଧି କୂଳରେ ଅନ୍ତଃରାଷ୍ଟ୍ରୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୁରୁ ଶ୍ରୀ ତେଗ ବାହାଦୁର ଜୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ପୁରୀ ସହରର ବହୂ ବୁଦ୍ଧିଜୀବି, ଛାତ୍ରଛାତ୍ରୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହିତ ଦୀପଦାନ କରିଥିଲେ । ତତ୍ପରେ ସମସ୍ତେ ଜ୍ୟୋତି ଯାତ୍ରାରେ ଗୁରୁଦ୍ଵାରା ଆରତୀ ସାହେବ ଠାରେ ପହଞ୍ଚିବା ପରେ ଗୁରୁଦ୍ଵାରା ଠାରେ ଗୁରୁ ଶ୍ରୀ ତେଗ ବହାଦୂରଙ୍କ ବଳିଦାନ ଓ ଜୀବନି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗ୍ରନ୍ଥି ମାତା ଅବତାର କୌର ଜୀ ବର୍ତ୍ତମାନ ପରିସ୍ଥିତିରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଭାରତ ବର୍ଷର ପ୍ରତ୍ୟେକ ଯୁବକ ଗୁରୁ ତେଗ ବାହାଦୁର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଲେ ଭାରତର ଆଗାମୀ ଭବିଷ୍ୟତ ସୁରକ୍ଷିତ ରହିବ ବୋଲି କହିଥିଲେ । ଏହି ଅବସରରେ ଭାରତ ରକ୍ଷା ମଞ୍ଚ ତରଫରୁ ବାଲୁକା ଶିଳ୍ପୀ ମାନସ ସାହୁ ଓ ମାତା ଅବତାର କୌରଙ୍କୁ ଭାରତ ରକ୍ଷା ମଞ୍ଚ ତରଫରୁ ସମ୍ମାନିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭାରତ ରକ୍ଷା ମଞ୍ଚ ପୁରୀଜିଲ୍ଲା ସଭାପତି ନାରାୟଣ ଦାଶ, କାର୍ଯ୍ୟକ୍ରମ ସଂଯୋଜକ ସିଦ୍ଧାର୍ଥ ରାୟ, ମହାମନ୍ତ୍ରୀ ସୌରଭ ଚାନ୍ଦ, ମନୋଜ ଅଗ୍ରୱାଲ, ବିଚିତ୍ରାନନ୍ଦ ସାହୁ, ନଳିନୀପ୍ରଭା ସାହୁ ପ୍ରମୁଖ ପରିଚାଳନା କରି ଥିଲେ ।ଏହି କାର୍ଯ୍ୟକ୍ରମରେ ଭାରତ ରକ୍ଷା ମଞ୍ଚ ରାଜ୍ୟ କର୍ଯ୍ୟକର୍ତା ସଚି ନନ୍ଦନ ଦାଶ ଓ ପୁରୀ ଜିଲ୍ଲାର ଉପେନ୍ଦ୍ର ବିଶୋଇ, ସବିତା ବିଶୋଇ, ଅନିତା ସିହ୍ନା, କବିତା ପ୍ରଧାନ, ଜଗନ୍ନାଥ କୁଣ୍ଡୁ, ପ୍ରଦୀପ୍ତ ଦାସ, ପ୍ରଦୀପ ନନ୍ଦ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *