ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା

Spread the love

କଟକ,(ନାଗରାଜ ନ୍ୟୁଜ): ଦୀର୍ଘ 9ଦିନ ହେଲାଣି ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା। ଯେହେତୁ ଏତେଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରୁ ନାହିଁ କିମ୍ବା ଶାଶୂଘର ଲୋକେ ଶୁଣୁ ନାହାନ୍ତି କିମ୍ବା ବାସ ଘରକୁ ଆସୁ ନାହାନ୍ତି ତେଣୁ ଗେଟ ତାଲା ଭାଙ୍ଗି ଶାଶୁ ଘରେ ରହିବେ ବୋଲି କଟକ ଜିଲ୍ଲା ସାଲେପୁର ମାଛୁଆତି ଠାରେ ସ୍ୱାମୀ ସୁସେନ ମହାରଣାଙ୍କ ଘର ଗେଟ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା କହିଛନ୍ତି। ବାହାରେ ବସି ରହିଥିବାରୁ ତାଙ୍କ ଦେହ ଖରାପ ହେଉଛି । ସେ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ତେଣୁ ସେ ତାଲା ଭାଙ୍ଗି ସ୍ବାମୀଙ୍କ ଘରେ ରହିବେ ଏବଂ ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *