ବିଜେଡି ରାଜନୀତିକୁ ଅପରାଧିକରଣ କରିଥିବାରୁ କଟକ ବିଜେପିର ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ

Spread the love

କଟକ,(ନାଗରାଜ ନ୍ୟୁଜ): ରାଜ୍ୟ ସରକାର ରାଜନୀତି କୁ ଅପରାଧିକରଣ କରିଥିବାରୁ, ବିଜେଡିର 26ତମ ପ୍ରତିଷ୍ଠା ଦିବସରେ ଆଜି ବିଜେପି କଟକ ନଗର ଶାଖା ତରଫରୁ ସହରରେ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ ପାଳନ କରାଯାଇଛି। ୨୩ ବର୍ଷର ବିଜେଡିର ଅଙ୍କୁଶହୀନ ଶାସନରେ ଓଡିଶା ଆଜି ରାଜନୈତିକ ଅପରାଧୀଙ୍କ ନିରାପଦ ଆଶ୍ରୟ ସ୍ଥଳ ହୋଇଛି। ଶାସକ ବିଜେଡିର ନେତା,ମନ୍ତ୍ରୀ, ବିଧାୟକମାନେ ଆଜି ହତ୍ୟା,ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ହେବା ରାଜ୍ୟ ନବୀନ ସରକାରଙ୍କ ସବୁଠୁ ବଡ ଉପଲବ୍ଧି ବୋଲି ବିଜେପି ନେତାମାନେ ପ୍ରତିବାଦ ସଭାରେ କହିଥିଲେ।ବେବିନା,ପରି, କୁନ୍ଦୁଲି, ମମିତା ଭଳି ଅନେକ ମହିଳା ଙ୍କୁ ଧର୍ଷଣ ଓ ହତ୍ୟା ପରେ ଏବେ କଟକରେ 70 ବର୍ଷର ବୟସ୍କା ମହିଳାଙ୍କୁ ଧର୍ଷଣ, ମାହାଂଗା ଡବଲ ମର୍ଡର ହତ୍ୟାକାରୀକୁ ହତ୍ୟା, ମମିତା ହତ୍ୟାକାରୀ ଗୋବିନ୍ଦ ସାହୁ ଓ ନିମାପଡ଼ାର ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା, ଅର୍ଚନା କେଳେଙ୍କାରୀ ଆଦି ଅତ୍ୟନ୍ତ ବିଭତ୍ସ ଘଟଣା ତଥା ବହୁ ଭ୍ରଷ୍ଟାଚାର ସହ ଖଣି, ପାଣି, ଡାଲି,ଜମି ଜଙ୍ଗଲ, ଚିଟ ଫଣ୍ଡ, ଚାଷୀ ସମସ୍ୟା, କଟକ ମହାନଗର ନିଗମ ଭ୍ରଷ୍ଟାଚାର,ବାଲିଯାତ୍ରା ଦୁର୍ନୀତିରେ ସମ୍ପୃକ୍ତ ବିଜେଡି ସରକାର ଗାଦିରେ ରହିବା ଆଦୌ ଉଚିତ ନୁହେଁ ବୋଲି ବିଜେପି ନେତା ମାନେ କହିଥିଲେ। କାଠଯୋଡ଼ି ମଣ୍ଡଳ ସଭାପତି ନମିତା ମିଶ୍ରଙ୍କ ନେତୃତ୍ୱରେ ଗୋପବନ୍ଧୁ ପାର୍କରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପା୍ଲଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂଙ୍କ ନେତୃତ୍ୱରେ ଦୋଳମୁଣ୍ଡାଇରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ, କାଠଯୋଡି ମଣ୍ଡଳ ସଭାପତି ଙ୍କ ନେତୃତ୍ୱରେ ନୟାସଡ଼କ ରେ, ମହାନଦୀମଣ୍ଡଳ ସଭାପତି ନିତାଈଗୋର ମହାନ୍ତି ଓ ନୂଆବଜାର ମଣ୍ଡଳ ସଭାପତି କର୍ପୋରେଟର ଗୋପାଳ ବେହେରା ଙ୍କ ନେତୃତ୍ୱରେ କଲେଜ ଛକ ସୁବାଷ ବୋଷ ମୂର୍ତ୍ତି ନିକଟରେ ସତ୍ୟାଗ୍ରହ ହୋଇଥିଲା। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ସିକନ୍ଦର ଅଲ୍ଲୀ,କର୍ପୋରେଟର ଗୋପାଳ ବେହେରା,ଭାଗିରଥି ଦଳେଇ, ବିଶ୍ୱରଞ୍ଜନ ମିଶ୍ର,ଦୀପକ ଦାସ, ଲକ୍ଷ୍ମୀଧର ବେହେରା,ପ୍ରବୀଣା ମହାପାତ୍ର,ମହେନ୍ଦ୍ର ମହାନ୍ତି,ସତ୍ୟବ୍ରତ ମିଶ୍ର, ମହମ୍ମଦ ସବିର, ସୁଶାନ୍ତ ମହାନ୍ତି, ରତନ ମହାନ୍ତି, ଦେବାନନ୍ଦ ସିଂ, ନମିତା ମିଶ୍ର, ନିତାଇ ଗୌର ମହାନ୍ତି, ନିତାଇ ନନ୍ଦ,ମନମୋହନ ଉପାଧ୍ୟାୟ,ଶରତ ଭୋଳ, ସୁବାଷ ମହାନ୍ତି ,ଜୟକୃଷ୍ଣ ସ୍ୱାଇଁ, ଶ୍ରୀନିବାସ ରେଡି, ସୁଧୀର ଶତପଥି, ବିଶ୍ୱଜିତ ମହାପାତ୍ର, ଉଷା ପାତ୍ର, ବିଶ୍ୱଜିତ ଦାସ, ସଂଗ୍ରାମ ସିଂ, ରଘୁନାଥ ଦତ୍ତ, ୱାଇ ୱାଣି, ପ୍ରତିମା ସ୍ୱାଇଁ , ଅନୁପମ ଦାସ, ସବିତା ବେହେରା, ରୁପାଲୀ ଅପା,ଅମ୍ରିତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର,ସଂଜୀବ ମହାପାତ୍ର, ଅମ୍ବିକା ସାମଲ, ରଂଜିତା ନାଏକ,ତାରାପ୍ରସାଦ ମହାନ୍ତି,ଉପେନ୍ଦ୍ର ମହାରଣା,କଲ୍ୟାଣୀ ମହଲା,ସଦାନନ୍ଦ ବିଶ୍ୱାଳ, ସତ୍ୟଜିତ ମହଲା,ଶିବ ସିନହା,ବାସୁଦେବ ବେହେରା, ବ୍ରହ୍ମାନନ୍ଦ ବେହେରା, ସୂର୍ଯ୍ୟ ନାରା୍ୟଣ ବେହେରା,ସନ୍ତୋଷୀ ଚୌଧୁରୀ, ଗୀତାଞ୍ଜଳି ସାହୁ, ପ୍ରିୟମ୍ବଦା ଦାସ,ଧର୍ମେନ୍ଦ୍ର ଗୁପ୍ତା, ଦୀପକ କାହାଳୀ, ପୁଷ୍ପା ଲେଙ୍କା,ଲକ୍ଷ୍ମୀଦେବୀ, ବ୍ରଜକିଶୋର ସାହୁ, ସଞ୍ଜୟ ଶଃ, ଅନିଲ ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *