କଟକ, (ନାଗରାଜ ନ୍ୟୁଜ): ଆଜି ସାବିତ୍ରୀ ବ୍ରତ ରେ ସତ୍ୟବାନ୍ ଙ୍କ ଜୀବନ ରକ୍ଷା କରିବା ପାଇଁ ସାବିତ୍ରୀଙ୍କ ଆକୁଲ ନିବେଦନ। ଫୁସଫୁସ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ବିପୁଳ ଅର୍ଥ। ଯେଉଁଥିପାଇଁ ସହଯୋଗ କରିବାକୁ ସରକାର ଓ ଓଡ଼ିଶା ବାସୀଙ୍କୁ କରିଛନ୍ତି ନିବେଦନ ।
ଇଏ ହେଉଛନ୍ତି କଟକ ଫିରିଙ୍ଗ ବଜ଼ାର ଅଞ୍ଚଳର ରଜନୀକାନ୍ତ ମହାନ୍ତି ବ୍ୟକ୍ତି। ବୟସ ମାତ୍ର ୪୦ ଓ ଭଡା ଘରେ ବାସ କରୁଛନ୍ତି l ପେସାରେ ସେ ଜଣେ ଲୁଗା ଦୋକାନରେ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ l ରଜନୀକାନ୍ତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସନ୍ତୋଷୀ ମହାନ୍ତି ଏବଂ ଏକମାତ୍ର ଝିଅ ସୁସ୍ମିତା ମହାନ୍ତି ଯାହାର ବୟସ ମାତ୍ର 6ବର୍ଷ l ସ୍ଵଭାବରେ ସେ ଜଣେ ଭଦ୍ର ଓ ପରୋପକାରୀ l ଆଜକୁ ପ୍ରାୟ 4ବର୍ଷ ହେବ ସେ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ l ଦୁର୍ଭାଗ୍ୟବସତ ଡାକ୍ତରଙ୍କ ପରାମର୍ଶ କ୍ରମେ କିଛିଦିନ ହେବ ଜାଣିବାକୁ ପାଇଲେ, ରଜନୀକାନ୍ତଙ୍କ ଦୁଇଟିଯାକ ଫୁସଫୁସ ନଷ୍ଟ ହୋଇଯାଇଛି ଏବଂ ଯଥାଶୀଘ୍ର ଫୁସଫୁସ ପ୍ରତିରୋପଣ କରିବାକୁ ପଡିବ l ଏହି ପ୍ରତିରୋପଣ ବ୍ୟବସ୍ଥା ଓଡ଼ିଶାର କୌଣସି ଡାକ୍ତରଖାନାରେ ଉପଲବ୍ଧ ନଥିବାରୁ ବାଧ୍ୟହୋଇ ସେ ହାଇଦ୍ରାବାଦର କିମ୍ସ ଡାକ୍ତରଖାନାରେ ଚିକିଶ୍ଚିତ ହେଉଛନ୍ତି l ସେଠିକାର ଡାକ୍ତରଙ୍କ କହିବା ଅନୁଯାଇ ଫୁସଫୁସ ପ୍ରତିରୋପଣ କରାଯାଇ ତାଙ୍କ ଜୀବନ ବଞ୍ଚାଯାଇପାରିବ, ଏଥିପାଇଁ ଏକକୋଟିରୁ ଦେଢକୋଟି ଟଙ୍କାର ଆବଶ୍ୟକତା ରହିଛି ଏବଂ ଏକମାସରୁ ଦେଢମାସ ସମୟ ଦେଇଛନ୍ତି l ବର୍ତମାନ ପରିସ୍ଥିତିରେ ରଜନୀକାନ୍ତଙ୍କ ପକ୍ଷେ ଏତେ ଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ଏବଂ ତାଙ୍କ ପାଖରେ ଯାହା କିଛି ଗଛିତ ଧନ ଥିଲା, ସେ ସବୁ ଖର୍ଚ୍ଚ ହୋଇସାରିଛି l ରଜନୀକାନ୍ତଙ୍କ ମେଡିକାଲ ଓ ଘରଖର୍ଚ୍ଚ ତାଙ୍କ ଶ୍ୱଶୁର ଭିକାରି ବେହେରା ଗୁପଚୁପ ବେପାର କରି ତୁଲାଉଛନ୍ତି l ରଜନୀକାନ୍ତ ଶଯ୍ୟାଶାୟୀ ଅବସ୍ଥାରେ ଅମ୍ଳଜାନ ଦ୍ୱାରା ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ସମଗ୍ର ଓଡିଶାବାସୀଙ୍କୁ ନିବେଦନ, ସମସ୍ତେ ଆଗକୁ ଆସି ରଜନୀକାନ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବା ସହିତ, ତାଙ୍କ ପରିବାରକୁ ରକ୍ଷା କରିବା ପାଇଁ ଗଣମାଧ୍ୟମ ଆଗରେ ଆକୁଳ ନିବେଦନ କରିଛନ୍ତି ରଜନୀକାନ୍ତ ଙ୍କ ସ୍ତ୍ରୀ ସନ୍ତୋସି ମହାନ୍ତି।
ସେହିଭଳି ପାଖ ପଡିଶା ମାନେ ମଧ୍ୟ ରଜନୀକାନ୍ତ ଙ୍କ ସହାୟତା କରିବା ନିମନ୍ତେ ଆଗେଇ ଆସିବା ବେଳେ ତାଙ୍କର ସାହାଯ୍ୟ ବର୍ତ୍ତମାନ ସମୁଦ୍ରକୁ ସଂଖେ। ତେଣୁ ସମଗ୍ର ଓଡିଶା ବାସୀଙ୍କୁ ସହଯୋଗ କରିବା ନିମନ୍ତେ ନିବେଦନ କରିଛନ୍ତି ପଡୋଶୀ। ଅନ୍ୟପଟେ ଭେଷଜ ବିଭାଗର ବରିଷ୍ଠ ଚିକିତ୍ସକ ନିରଞ୍ଜନ ତ୍ରିପାଠୀ ମଧ୍ୟ ରଜନୀକାନ୍ତ ଙ୍କ ଚିକିତ୍ସା ପାଇଁ ପାଖାପାଖି ଦେଢ଼ ରୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ବୋଲି କହିଛନ୍ତି। ଏହା ସହ ଅତି କଷ୍ଟସାଧ୍ୟ ହୋଇଥାଏ ଏହି ପ୍ରତ୍ୟାରୋପଣ । କିନ୍ତୁ ୫୦ ପ୍ରତିଶତ ରୁ ଉର୍ଦ୍ଧ ଲୋକଙ୍କ ଜୀବନ ରକ୍ଷା ପାଇଯାଇଥିବା କଥା କହିଛନ୍ତି ବିଶେଷଜ୍ଞ। ଏହାସହିତ ଅତି ଶୀଘ୍ର ଓ ଠିକ୍ ସମୟରେ ପ୍ରତ୍ୟାରୋପଣ କରାଯିବା ଜରୁରୀ।
ଯଦି କୌଣସି ବଦାନ୍ୟ ବ୍ୟକ୍ତି ରଜନୀକାନ୍ତ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ 9853340750 ନମ୍ୱରରେ ଯୋଗାଯୋଗ କରିପାରିବେ ।