ସ୍କୁଲ-କଲେଜ ଛାତ୍ର ଛାତ୍ରୀ ନେବେ ଫାଷ୍ଟ ଏଡ୍ ତାଲିମ: ପୁରୀରେ ହେବ ସେଣ୍ଟ ଜନ ଜୁନିଅର ଆମ୍ବୁଲାନ୍ସ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଧର୍ମ ଓ ପର୍ଯ୍ୟଟନ ସହର ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ-କଲେଜ ଛାତ୍ରଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରାଯିବା ସହ ପୁରୀ ରେ ସେଣ୍ଟ ଜନ ଆମ୍ବୁଲାନ୍ସ ଜୁନିଅର ଡିଭିଜନ ଆରମ୍ଭ କରାଯିବ ବୋଲି ବିଶ୍ଵ ଫାଷ୍ଟ ଏଡ୍ ଦିବସ ରେ ପୁରୀ ଜିଲ୍ଲା ସେଣ୍ଟ ଜନ ଆମ୍ବୁଲାନ୍ସ ଘୋଷଣା କରିଛି।ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଉପଦେଷ୍ଟା ବଦ୍ରି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଣବ ରଂଜନ ଦାସ, ଡଃ ଅଭିମନ୍ୟୁ ଭୂୟାଁ, ସମାଜସେବୀ ଚକ୍ରଧର ମହାପାତ୍ର, ଡାକ୍ତର ଦେବ ଦାସ, ଡାକ୍ତର ପବିତ୍ର ପ୍ରଧାନ ଅତିଥିଭାବେ ଯୋଗଦେଇଥିବା ବେଳେ, ଆମ୍ବୁଲାନ୍ସ ର ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଛାତ୍ର ଛାତ୍ରୀ ଙ୍କୁ ଭୁବନେଶ୍ୱର ତାଲିମ ଅଧିକାରୀ ମନୋଜ ମୁଖାର୍ଜୀ, ଡାକ୍ତର ପ୍ରଭାତ ଦାସ, ଜାତୀୟ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମଧୁମିତା ମହାପାତ୍ର, ଜୟନ୍ତୀ ମହାପାତ୍ର ଓ ଡାକ୍ତର ପବିତ୍ର ପ୍ରଧାନ ତାଲିମ ପ୍ରଦାନ କରିଥିଲେ ।

ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ର ୧୧,ବିଶ୍ଵମ୍ଭର ବିଦ୍ୟାପୀଠ ର ୧୬, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୧୧, ଜିଲ୍ଲା ସ୍କୁଲ ର ୧୧ ଓ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ର ୧୨ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ଅନ୍ନଦା ମହାନ୍ତି,ଶୋଭାମଣି ସ୍ବାଇଁ, ସୌମ୍ୟରଞ୍ଜନ ପାତ୍ର,ସାଗରୀକା ରଥ, ଶ୍ୟାମ ପ୍ରକାଶ ସେନାପତି, ଚନ୍ଦନ ନାୟକ, ସୁଶିଲ ସାହୁ,ଲାଲା ଅନନ୍ତ ସିଂହ, କେଦାରନାଥ ମହାପାତ୍ର,ଶକ୍ତିପ୍ରସାଦ ଦାସ, ବିଶ୍ବଜିତ ଲେଙ୍କା, ସଂଗ୍ରାମ କାନୁନଗୋ,ସତ୍ୟ ପାତ୍ର,ରବିନ୍ଦ୍ର କୁମାର, ରମେଶ ସାହୁ, ଯଜାତୀ କିଶୋର ନାୟକ, ସୌମ୍ୟ ରଞ୍ଜନ ସାହୁ, ସୁଶୀଲ କୁମାର ସାହୁ, ଚିତ୍ତରଞ୍ଜନ ମହାନ୍ତି, ନିରଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ନଭେମ୍ବର ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ଓ ଗୃହିଣୀ ମହିଳାମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ ବୋଲି ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *