ପୁରୀରେ ଲାଗୁ ହେଲା ୧୪୪ ଧାରା

Spread the love

ପୁରୀ: ପୁରୀରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ସ୍ନାନ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ଏହି କରିବାକୁ ନିଷ୍ପତ୍ତି ନେଇଛି ।

ଏହି ପ୍ରତିବନ୍ଧକ ଆସନ୍ତାକାଲି ଅର୍ଥାତ ବୁଧବାର ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ ଓ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସମୟରେ ଯେକୌଣସି ପ୍ରକାରର ସାଧାରଣ ସଭା କିମ୍ବା ସମାବେଶ ଆୟୋଜନ ଉପରେ ସମ୍ପୂର୍ଣ୍ଣ ଦଣ୍ଡନୀୟ ରହିବ ।

ଏହାପୂର୍ବରୁ ରବିବାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବାର୍ଷିକ ରଥଯାତ୍ରାର ରୀତିନୀତି ଅନୁଯାୟୀ କାର୍ଯ୍ୟସୂଚୀ ଶେଷ କରିଥିଲା।କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୧୨ରେ ଭକ୍ତଙ୍କ ବିନା ରଥଯାତ୍ରା ଅନୁଷ୍ଠିତ ହେବ। ପହଣ୍ଡି ସକାଳ ୮.୩୦ରୁ ଆରମ୍ଭ ହେବ ଏବଂ ରଥ ଟାଣିବା ୩ଟାରୁ ଆରମ୍ଭ ହେବ। ଛେରା ପହଁରା ନୀତି ଅପରାହ୍ନ ୧୨.୪୫ରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ। 

Leave a Reply

Your email address will not be published. Required fields are marked *