ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ନକ୍ସଲ‌ ନିହତ

Spread the love

ଗଡ଼ଚିରୋଲି: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଏଟାପାଲ୍ଲୀ ଜଙ୍ଗଲ ନିକଟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି।

ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏବେ ସେମାନଙ୍କ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଏଟାପାଲ୍ଲୀ ଜଙ୍ଗଲ ନିକଟରେ ମାଓବାଦୀଙ୍କ ମେଳି କରିଥିବା ଖବର ମିଳିଥିଲା । ସୁରକ୍ଷାକର୍ମୀ ସେହି ସ୍ଥାନରେ ଯାଇ ପହଁଚିଥିଲେ । ସେମାନଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରେ ଅନେକ ନକ୍ସଲ ପ୍ରାଣ ହରାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *