ସାତ ସ୍ବପ୍ନ ପାଲଟିଛି ସରକାରୀ ଯୋଜନା

Spread the love

ଢେଙ୍କାନାଳ (ସୌମ୍ୟ ରଞ୍ଜନ ମହାନ୍ତି): ଗରିବ ଖଟିଖିଆ ମାନଙ୍କ ପାଇଁ ସାତ ସ୍ବପ୍ନ ପାଲଟିଛି ସରକାରୀ ଯୋଜନା । ଦୁଃଖ କଷ୍ଟରେ କଟୁଛି ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ଅଧିନସ୍ତ ଦେଓଗାଁ ପଞ୍ଚାୟତର ଦେଓଗାଁ ଗ୍ରାମରେ । ଏହି ଗ୍ରାମରେ ବାସ କରୁଥିବା ଆଦିବାସୀ ଶ୍ରେଣୀର ସୁଷମା ନାୟକ । ଯାହାଙ୍କ ନାମରେ ସରକାରୀ ଆବାସ ଯୋଜନା ଥିବାବେଳେ ଏହା କାଟି ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ସୁଷମା । ଘରେ ତାଙ୍କର ରୋଗିଣା ସ୍ବାମୀ ଭୀମ ନାୟକ ଓ ଛୋଟ ଛୋଟ ପୁଅଝିଅଙ୍କୁ ପୋଷିବା ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ ।

ଦିନ ମଜୁରୀ କରି ନିଜ ପରିବାର ପୋଷଣ କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡେ ନାହିଁ । ବାରମ୍ବାର ସରକାରୀ ବାବୁଙ୍କ ଦ୍ୱାରସ୍ତ ହେଲା ପରେ ମଧ୍ୟ୍ୟ କିଛି ସୁଫଳ ମିଳିପାରିନାହିଁ । ଗଣମାଧ୍ୟମ ପ୍ରତିନିଧି ଦେଓଗାଁ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ବ୍ଲକରେ ତାଙ୍କ ନାମ ତାଲିକାରୁ ବାଦ୍ କରାଯାଇଥିବା କହିଛନ୍ତି ସରପଞ୍ଚ।

ଏହା ବ୍ୟତୀତ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନେତ୍ରା ନନ୍ଦ ମଲ୍ଲିକଙ୍କ ସହ ଯୋଗାଯୋଗ ପରେ ଘଟଣାର ତର୍ଜମା କରି ଯଥା ଶୀଘ୍ର ଜିଲାପାଳଙ୍କ ଦୃଷ୍ଟି ଗୋଚର କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *