ପାଟଣାଗଡ଼ ଜବାହରଲାଲ କଲେଜ ପରିସରରୁ ଶାଗୁଆନ ଗଛ କାଟିବା ଘଟଣା, ଉପଜିଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ନାମରେ ଥାନାରେ ଅଭିଯୋଗ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ଆଜି ପାଟଣାଗଡ଼ର ସଇତାନ ସାପ୍ତାହିକ ଖବରକାଗଜର ସମ୍ପାଦକ ପ୍ରହଲ୍ଲାଦ ପାଢି ପାଟଣାଗଡ଼ ଥାନାରେ ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟାନନ୍ଦ ସେଠୀ ଓ ଜବାହରଲାଲ କଲେଜର ଅଧ୍ୟକ୍ଷ ଦେବରାଜ ମିଶ୍ରଙ୍କ ନାମରେ ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କଲେଜ ପରିସରରୁ ସାଗୁଆନ ଗଛ ଚୋରି ଏବଂ କଲେଜର ସମ୍ପତ୍ତି ଆତ୍ମସାତ କରିଥିବାରେ ଏହି ଦୁଇଜଣଙ୍କ ସମୃକ୍ତ ଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କା ର ଶାଗୁଆନ ଗଛ କାଟି କେତେ ଖଣ୍ଡ ଶାଗୁଆନ ଖଣ୍ଡ ଚୋରି କରି ଆତ୍ମାସାଦ କରିଥିବା ବେଳେ କେତେ ଖଣ୍ଡ ଶାଗୁଆନ ଗଣ୍ଡିକୁ କଲେଜ ଏକ କୋଠରୀ ରୁ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଥିଲା ବୋଲି ଶ୍ରୀ ପାଢ଼ୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ କଲେଜ ର ସମସ୍ତ ସମ୍ପତ୍ତି ର ମାଳିକାନା ଦାୟିତ୍ଵ ଯେହେତୁ କଲେଜ ପରିଚାଳନା କମିଟି ର ସଭାପତି ଓ ଅଧ୍ୟକ୍ଷ ଙ୍କର ରହିଛି । କଲେଜ ପରିସର ରୁ ଶାଗୁଆନ ଗଛ କାଟିବା ଏମାନଙ୍କ ଜ୍ଞାତସାରରେ କଟା ଯାଇଛି ବୋଲି ଅଭିଯୋଗ କରିଛନ୍ତି । କଲେଜ ରୁ ଗଛ କାଟି ଆତ୍ମା ସାତ କରିଥିବାରୁ ଏହାର ତଦନ୍ତ କରି ସଭାପତି ଦାୟୀତ୍ବ ରେ ଥିବା ସଭାପତି ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ ଓ ଅଧ୍ୟକ୍ଷ ଦେବରାଜ ମିଶ୍ର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି  ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେ ରିପୋର୍ଟ 

Leave a Reply

Your email address will not be published. Required fields are marked *