ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଦକ୍ଷଦା ନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀରେ ବିରୋଧ

Spread the love

ପୁରୀ, (ନାଗରାଜ ନ୍ୟୁଜ): ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଦକ୍ଷଦା ନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ କରାଯାଇଛି ବିରୋଧ । ହାୱାଡା ପୁରୀ ଟ୍ରେନ ଯୋଗେ ପୁରୀ ରେ ପହଁଚିବା ପରେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତା ମାନେ ବିରୋଧ ଓ ନାରାବାଜି ପଦର୍ଶନ କରିଥିଲେ । ନିଜକୁ ପୁରୀ ଶଙ୍କରାଚାର୍ଯ୍ୟ କହି ରେଳବାଇ ର ସୁବିଧା ନେଇ ଜିଆରପି ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ।ତେଣୁ ଏଭଳି ନକଲି ଶଙ୍କରାଚାର୍ଯ୍ୟ ଧର୍ମ ନାମରେ ଅଧର୍ମ ଓ ହିନ୍ଦୁ ମାନଙ୍କ ଭାବନା ସହ ଖେଳୁଥିବାରୁ ପୁରୀ ଧାମ ରେ ପୁରାଇ ଦିଆଯିବ ନାହିଁ ବୋଲି ବିରୋଧ କରାଯାଇଥିଲା।ତେବେ ଏଭଳି ଅଭାବନିୟ ସ୍ଥିତି କୁ ନେଇ ରେଳ ଷ୍ଟେସନରେ ପ୍ରାୟ ଅଧଘଣ୍ଟା ଧରି ଅଧକ୍ଷାନନ୍ଦ ଦେବତୀର୍ଥ କୁ ଅଟକ ରଖିଥିଲେ ଆନ୍ଦୋଳନ କାରୀ।ଆଉ ଏହାକୁ ନେଇ ଜି ଆର ପି ,ଆର ପି ଏଫ ଓ ପୁରୀ ପୋଲିସ ମିଳିତ ସୁରକ୍ଷା ଦେଇ ତାଙ୍କ ପୁରୀ ସହର ବାହାର କୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *