ସେବାୟତ ଶିବ ରାମପାତ୍ରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା, ପୋଲିସ ପକ୍ଷରୁ ବେଆଇନ ବନ୍ଧୁକ କାରବାର ନେଇ ଚଢ଼ାଉ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଲୋକନାଥ ମନ୍ଦିର ସେବାୟତ ଶିବ ରାମପାତ୍ରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପରେ ପୁରୀ ପୋଲିସ ପକ୍ଷରୁ ବେଆଇନ ବନ୍ଧୁକ କାରବାର ନେଇ ଚଢ଼ାଉ ଆରମ୍ଭ କରିଛି । ବେଆଇନ ବନ୍ଧୁକ କାରବାର ନେଇ 7 ଜଣ ଙ୍କୁ ପୋଲିସ ଗିରଫ କରିଛି । ମୋଟ 4 ଟି ବନ୍ଧୁକ , 4 ଟି ଜୀବନ୍ତ ଗୁଳି ଜବତ କରିଛି ପୁରୀ ପୋଲିସ । ପୁରୀ ସଦର ଥାନା , ଟାଉନ ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳ ପୋଲିସ ପକ୍ଷରୁ ଡ୍ରାଇଭ କରାଯାଇ ବନ୍ଧୁକ ସମେତ ଏହାର କାରବାର କରୁଥିବା ଵ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ସଦର ରେଣ୍ଢା ଗଡ଼ ର ରତିକାନ୍ତ ପରିଡା , ଚନ୍ଦନ ପୁର ଥାନା ସିରୁଳି ମହାବୀର ଅଞ୍ଚଳ ର ବିକ୍ରମ ପଣ୍ଡା , ନୟାଗଡ଼ ଖଣ୍ଡ ପଡା ର ଅଶୋକ ସାହୁ , ପୁରୀ ଟାଉନ ଥାନା ନୂଆପଟଣା ଗଳି ର ରୁଦ୍ର ପ୍ରସାଦ ରାଉତ , ପୁରୀ ହାଡ଼ଗୋଡ଼ିଆ ସାହିର ହରିଷ ଚନ୍ଦ୍ର ପୃଷ୍ଟି , ଖାକି ମଠ ନୂଆ ସାହିର ଲୋକନାଥ ଦାସ , କୁମ୍ଭାର ପଡା ବଉଳ ମଠ ଲେନ ର ରଞ୍ଜିତ କୁମାର ମହାନ୍ତି କୁ ପୋଲିସ ଗିରଫ କରିଚି ।

ପୁରୀ ଏସପି କେ ଵିଶାଲ ସିଂ ଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ବିଭିନ୍ନ ଘଟଣା କ୍ରମକୁ ନେଇ ମୋଟ 16 ଟି ବନ୍ଧୁକ ଜବତ ହୋଇଛି। ପୁରୀ ରେ ଚୋରା ବନ୍ଧୁକ କାରବାର ଉପରେ ରୋକ ଲଗାଇବା ପାଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ କରାଯାଇ ଚଢ଼ାଉ ଜାରି ରହିଛି । ତେବେ ପୁରୀ କୁ କେଉଁ ଠାରୁ ବନ୍ଧୁକ ଆଶୁଚି ଏବଂ ଏହାର ମୁଖ୍ୟ କିଙ୍ଗପିନ କିଏ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ପୁରୀ ପୋଲିସ ପକ୍ଷରୁ ଜାରି ଫୋନ ନମ୍ବର ରେ ଲୋକ ମାନେ ଏ ନେଇ ଖବର ଦେବାକୁ ପୁରୀ ଏସପି ଅପିଲ କରିଛନ୍ତି । ତେବେ ପୁରୀ କୁ ଅପରାଧ ମୁକ୍ତ ପାଇଁପୁରୀ ପୋଲିସ ପକ୍ଷରୁ ସବୁବେଳେ ଉଦ୍ୟମ ରହିଥିବା ପୁରୀ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *