କନ୍ଦରପୁର ନିକଟରେ ଗୁଳିକାଣ୍ଡ

Spread the love

କଟକ, (ନାଗରାଜ ନ୍ୟୁଜ): କନ୍ଦରପୁର ନିକଟରେ ଗୁଳିକାଣ୍ଡ । ଲୁଟ ଉଦ୍ୟମରେ ଗୁଳି ଚଳାଳିଲେ ଦୁର୍ବୁତ୍ତ । ଜଗତସିଂହପୁରର ବ୍ୟବସାୟୀ କ୍ଷୀରୋଦ ଚନ୍ଦ୍ର ସାହୁ କଟକ ମାଲଗୋଦାମକୁ ସଉଦା କିଣିବାକୁ ଆସୁଥିବା ବେଳେ ଅଥଗାଁ ବ୍ରିଜ ନିକଟରେ ଥୁବା ଲେବୁଲୁ କ୍ରସିଂ ପାଖରେ ଦୁଇଜଣ ଦୁର୍ବୁତ୍ତ ତାଙ୍କ ପିକ ଅଫ ଭ୍ୟାନକୁ ଅଟକାଇ ତାଙ୍କ ପାଖରେ ଥିବା ଟଙ୍କା ଲୁଟି ନେବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି ।

ବ୍ୟବସାୟୀ ଆହାତ ହୋଇ ଏସସିବିକୁ ସ୍ଥାନାନ୍ତର ହୋଇ ଚିକିତ୍ସାଧୀନ ଅଛନ୍ତି । ଗୋଟିଏ ଗୁଳି ଡାହାଣ ଗୋଡ଼ରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ମୁଣ୍ଡ ପାଖ ଦେଇ ଚାଳିଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ କନ୍ଦରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଲୁଟ ତରାଜକୁ ନେଇ ଏଭକି କାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *