ଦୋଳପର୍ବ ଉପଲକ୍ଷେ ସାଜସଜ୍ଜା, ବାଜା ବାଣ, ଝାଞ୍ଜକୀର୍ତନ ଓ ଜନଗହଳିରେ ପରିପୂର୍ଣ୍ଣ ଶ୍ରୀକ୍ଷେତ୍ର ପୁରୀ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ଦୋଳ ପୂର୍ଣ୍ଣିମା ସେଥିପାଇଁ ପୁରୀ ଦୋଳବେଦୀ କୋଣରେ ଥିବା ଦୋଳବେଦୀ ଉପରେ ବିଶ୍ୱକର୍ତା , ସାରା ବିଶ୍ୱର ଜୀବନ୍ତ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଚଳନ୍ତି ଠାକୁର ଶ୍ରୀ ମଦନମୋହନ ଙ୍କ ସହିତ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ବାବା ଲୋକନାଥ ବାବା ଜମ୍ବେଶ୍ୱର ଓ ଅନ୍ୟାନ୍ୟ ଠାକୁରମାନଙ୍କ ଚଳନ୍ତି ଠାକୁର ମାନେ ଆସି ଦୋଳପିଣ୍ଡି ରେ ଭୋଗ ଖାଇବା ସହିତ ରଙ୍ଗ ପର୍ବର ଶୁଭାରମ୍ଭ ଫଗୁ ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ଦ୍ୱାରା ଠାକୁରମାନେ ରଙ୍ଗଖେଳ ଖେଳି ଥାଆନ୍ତି। ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ରଙ୍ଗଖେଳ ଖେଳିବା ପାଇଁ ସାରା ଭାରତବର୍ଷରୁ ପ୍ରତ୍ୟେକ ରାଜ୍ୟରୁ ଲକ୍ଷ ଲକ୍ଷ ଭକ୍ତ ଆସି ପୁରୀରେ ଦୋଳବେଦୀ ର ଚତୁଃପାର୍ଶ୍ବରେ ଓ ବଡଦାଣ୍ଡ ରେ ପ୍ରବଳ ଭିଡ ଜମାଇ ଅଛନ୍ତି।

ଗତକାଲି ସମସ୍ତ ଠାକୁର ମହାପ୍ରଭୁ ମଦନମୋହନ ଙ୍କ ସହିତ ବିରାଟ ପଟୁଆରରେ ଉତ୍ତରଦ୍ୱାର ରାସ୍ତାର ଦୋଳବେଦୀ କୁ ଆସିଥିଲେ ଠାକୁର ମାନଙ୍କୁ ହଜାର ହଜାର ଭକ୍ତ ଦୋଳବେଦୀ ଚତୁଃପାଶ୍ୱର୍ରେ ହରିବୋଲ ହୁଳହୁଳି ଦେଇ ସ୍ୱାଗତ କରିଥିଲେ। ଆଜି ବିଭିନ୍ନ ରାଜ୍ୟରୁ ଆସିଥିବା ଯାତ୍ରୀ ଓ ଭକ୍ତମାନେ ବିଭିନ୍ନ ମଠ ମନ୍ଦିର , ସାମାଜିକ ଅନୁଷ୍ଠାନ, ଲଜିଂ,ମଣ୍ଡପ ଏପରିକି ବଡ଼ଦାଣ୍ଡରେ ବିଭିନ୍ନ ଜାଗାରେ ନାଚ,ଗୀତ,ସଙ୍ଗୀତ,ଝାଞ୍ଜକୀର୍ତନ ଓ ପ୍ରବଚନ ଇତ୍ୟାଦି କରି ମହାପ୍ରଭୁ ଜଗନ୍ନାଥଙ୍କ ସହିତ ରଙ୍ଗଖେଳ ଖେଳିବା ସହିତ ପରସ୍ପର ରଙ୍ଗବୋଲାବୋଲି ହୋଇଥିଲେ । ଦୁଇବର୍ଷ ପରେ କୋଭିଡ କଟକଣା ଦୂର ହେଲାପରେ ପୁରୀ ସହରରେ ପ୍ରଥମଥର ପାଇଁ ଦୋଳବେଦୀ କୋଣରେ ରଥଯାତ୍ରା ର ଭିଡ଼ ପରିଲକ୍ଷିତ ହୋଇଥିଲା। ସିଂହଦ୍ଵାର ଠାରୁ ଦୋଳବେଦୀ ଯାଏଁ ଠାକୁର ମାନଙ୍କ ଦୋଳଯାତ୍ରା ଖାଲି ପୁରିବାସୀ ନୁହେଁ ବଡ଼ଦାଣ୍ଡରେ ଥିବା ସାରା ବିଶ୍ୱର ହଜାର ହଜାର ଭକ୍ତଙ୍କ ମନ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଥିଲା ରାତି ସାରା ସମସ୍ତ ଭକ୍ତ ନାଚଗୀତ କରୁଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *