ନବୀନ ଫିଲ୍ମର ଶୁଭ ମହୁରତ

Spread the love

ଢେ଼ଙ୍କାନାଳ, ଢେ଼ଙ୍କାନାଳ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗନ୍ଦିଆ ବ୍ଲକ କନଫରେନ୍ସ ହଲ ରେ ଫିଲ୍ମ ନବୀନ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଉଛି।ଏହି ଫିଲ୍ମ ର ପ୍ରଯୋଜକ ଦେବେନ୍ଦ୍ର ସାହୁ ହୋଇଥିବା ବେଳେ ନିର୍ଦ୍ଦେଶକ ବାପିନ ସାହୁ ଓ କ୍ୟାମେରା ମ୍ୟାନ ଭାବେ ସବ୍ୟସାଚୀ ନାୟକ ଅଛନ୍ତି।ପାଖାପାଖି 25 ଲକ୍ଷ ଟଙ୍କା ବ୍ୟୟ ରେ ଏ ଫିଲ୍ମ ଟି ନିର୍ମାଣ ହେବ ବୋଲି କହିଛନ୍ତି ଫିଲ୍ମ ର ପ୍ରଯୋଜକ।ତେବେ ଢେ଼ଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଜିଲ୍ଲା ପରିଷଦ ଚେୟାରମ୍ୟାନ ଅର୍ଚ୍ଚନା ପୁହାନ ଓ ସାମ୍ବାଦିକ ଆଦି ଏହି ମହୁରତ୍ ରେ ଉପସ୍ଥିତ ଥିଲେ।ତେବେ ଫିଲ୍ମ ର କାହାଣୀ ଅନୁଯାୟୀ ଏହି ଫିଲ୍ମ ଟି ଦର୍ଶକ ଙ୍କ ରୁଚିକର ହୋଇ ପାରିବ ବୋଲି ଫିଲ୍ମ ନିର୍ମାତା ମାନେ ଆଶା ରଖି ଛନ୍ତି।କାହାଣୀ ଟି ଜଣେ ନବୀନ ପଟ୍ଟନାୟକ ଙ୍କ ଫ୍ୟାନ ଉପରେ ଆଧାରିତ ହେଉଛି ।ନବୀନ ଙ୍କ ଶାସନ କାଳ ଭିତରେ ଯେଉଁ ସବୁ ରାଜ୍ୟ ର ଉନ୍ନତି ହୋଇଚି ସେ ସବୁ କୁ ଲୋକ ଲୋଚନ କୁ ଆଣିବାରେ ବିରୋଧୀ ବାଧକ ସାଜୁଛନ୍ତି ଆଉ ସେଥିରେ ସହାୟକ ହେଉଛନ୍ତି ଜଣେ ମହିଳା ସାମ୍ବାଦିକ।ଯାହା ଉଭୟ ଯୁବକ ଓ ମହିଳା ସାମ୍ବାଦିକ ମିଶି ବିରୋଧୀ ଙ୍କୁ ଉଚିତ୍ ଜବାବ ଦେବା ସହିତ ନବୀନ ଲୋକାଭି ମୁଖି କାର୍ଯ୍ୟ ରେ ସହାୟ ହେଇ ପାରୁଛନ୍ତି।ତେବେ ଏହି ଫିଲ୍ମ ଟି ନବୀନ ଙ୍କ ଉପରେ ପ୍ରଥମ ବୋଲି କହିଛନ୍ତି ଫିଲ୍ମ ନିର୍ମାତା।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *