୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

Spread the love

ଭୂବନେଶ୍ବର: ଆସନ୍ତା ୨୮ ତାରିଖରେ ବାଂଲାଦେଶ ଉପକୂଳ ଓ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩୦ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ହେବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ତେବେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ ଓ କେଉଁଝରରେ ପ୍ରବଳ ବର୍ଷା ହେବା ନେଇ ଏହି ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । 

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲେ ମଧ୍ୟ ଏହା ସବୁ ଅଞ୍ଚଳକୁ ଛୁଇଁପାରି ନାହିଁ । ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ସେତେଟା ପଡ଼ିନାହିଁ । ରାଜ୍ୟରେ ଏବେ ବି ୧୭ ଜିଲାରେ ମରୁଡ଼ି ଅଶଙ୍କା ଲାଗି ରହିଛି। ଭଦ୍ରକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଅନୁଗୋଳ, ବଲାଙ୍ଗୀର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏହି ସବୁ ଜିଲାରେ ଏବେବି ୩୦ରୁ ୫୦ ପ୍ରତିଶତ କମ ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *