ପୁରୀରେ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ଅପରାହ୍ନ ବସିବ ଛତିଶା ନିଯୋଗ ବୈଠକ

Spread the love

ପୁରୀ: ସୁସ୍ଥ ହେଉଛନ୍ତି ତିନି ଠାକୁର । ଶ୍ରୀମନ୍ଦିରରେ ତିନି ବଡ ଠାକୁରଙ୍କ ଅଣସର ଅବଧି ସରି ଆସୁଛି । ଅନ୍ୟପଟେ ପୁରୀରେ ରଥଯାତ୍ରା ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆରମ୍ଭ ହୋଇସାରିଛି । ଆଜି ଅପରାହ୍ନ ୪ଟା ୩୦ ମିନିଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ । ଏହି ବୈଠକରେ ବିଭିନ୍ନ ନିଯୋଗର କର୍ମକର୍ତ୍ତା ସାମିଲ ହେବେ। ବୈଠକରେ ରଥଯାତ୍ରା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ଶୃଙ୍ଖଳିତ ଘୋଷଯାତ୍ରା ନେଇ ବରିଷ୍ଠ ସେବକ ଓ ନିଯୋଗଙ୍କ ସହ ଆଲୋଚନା କରାଯିବ । ସେହିପରି କରୋନା କଟକଣା ପାଇଁ କେଉଁ ସେବାୟତ ନିଯୋଗରୁ କେତେ ସେବାୟତ ଉପସ୍ଥିତ ରହିବେ ସେଥିଲାଗି ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯିବ ।

ଅନ୍ୟପକ୍ଷରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ତିନି ରଥରେ ଦୁଆରବେଢା ଖଞ୍ଜା ଯାଇଛି। ରଥ ଚାରି ପାର୍ଶ୍ୱରେ ଲାଗିବାକୁ ଥିବା ହଂସ ପଟା, କନ୍ୟା ପଟା ନିର୍ମାଣ କରାଯାଉଛି। ଚିତ୍ରକାର ସେବାୟତ ଓଲଟ ଶୁଆ, କସ, ଋଷି ପଟା, ଦୁଆର ବେଢ଼ାରେ ରଙ୍ଗକାର୍ଯ୍ୟ ଶେଷ କରି ପାର୍ଶ୍ୱ ଦେବାଦେବୀ, ସଖୀ ଇତ୍ୟାଦି ସହ ତିନି ରଥର ପଟାଗୁଜ, କୋଣ ଗୁଜଗୁଡିକରେ ରଙ୍ଗ କରୁଛନ୍ତି।

Leave a Reply

Your email address will not be published. Required fields are marked *