୧୦ଟି ଜିଲ୍ଲାରେ ଆଜିଠୁ ଆରମ୍ଭ ହେଉଛି ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ

Spread the love

ଭୂବନେଶ୍ବର: ବି କ୍ୟାଟାଗୋରିରେ ଥିବା ୧୦ ଜିଲ୍ଲାରେ ଆଜିଠୁ ଆରମ୍ଭ ହେଉଛି ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ । ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଜୁଲାଇ ୧୦, ୨୦୨୧ ରେ ୧୧ ଟା ଠାରୁ ସ୍ଲଟ୍ ବୁକିଂ କରିପାରିବେ। ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ ସ୍କିଲ୍ ଟେଷ୍ଟ ପୁଣି ଆରମ୍ଭ ହେବ।ତଥାପି ଆସନ୍ତାକାଲି ଠାରୁ ପୁରୀର ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ । ଏକ ବିଜ୍ଞପ୍ତିରେ ରାଜ୍ୟ ପରିବହନ ପ୍ରାଧିକରଣ ଆଜି ପ୍ରକାଶ କରିଛିଯେ, ପୁରୀ ଜିଲ୍ଲାର ବାସିନ୍ଦା ଜୁଲାଇ ୧୩, ୨୦୨୧ ରେ ୧୧ ଟା ଠାରୁ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ଟେଷ୍ଟ ସ୍ଲଟ୍ ବୁକ୍ କରିପାରିବେ।

ଜୁଲାଇ ୧୧ରୁ ପ୍ରତିଦିନ ୭ଟାରୁ ୧୦ ପର୍ଯ୍ୟନ୍ତ ବୁକିଂ ପାଇଁ ଟେଷ୍ଟ ସ୍ଲଟ୍ ଖୋଲାଯିବ । ପୂର୍ବରୁ ପଞ୍ଜିକୃତ ଆବେଦନ କାରୀମାନେ କେବଳ ସ୍କିଲ୍ ଟେଷ୍ଟ ପାଇଁ ସ୍ଲଟ୍ ବୁକ୍ କରିପାରିବେ । ତେବେ ଏହା ସହ ପୁନଃସ୍ଥାପନ ସହିତ ନବୀକରଣକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ପୁରୀ ବ୍ୟତୀତ ‘ବି’ ବର୍ଗର ଅଞ୍ଚଳ ପାଇଁ ଊଖ ସ୍କିଲ୍ ପରୀକ୍ଷା ଜୁଲାଇ ୧୩, ୨୦୨୧ ରୁ ଆରମ୍ଭ ହେବ ବୋଲି ପ୍ରକାଶ କରିଛି। ପୁରୀରେ ସ୍କିଲ୍ ଟେଷ୍ଟ ଜୁଲାଇ ୧୪, ୨୦୨୧ ରୁ ଆରମ୍ଭ ହେବ। ତେବେ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଅନୁଯାୟୀ କଣ୍ଟେଣ୍ଟମେଣ୍ଟ ଜୋନରୁ ଆବେଦନକାରୀଙ୍କୁ କୌଣସି ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ । 

Leave a Reply

Your email address will not be published. Required fields are marked *