ଦିବ୍ୟାଙ୍ଗ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲା ସାମାଜିକ ସଂଗଠନ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଦୁଃଖୀ ଓ ଗରିବ ଲୋକଙ୍କ ପାଇଁ ସାହାଯ୍ୟର ବନ୍ଧୁ ମେ ଆଇ ହେଲ୍ଫ ୟୁ ମୋ ପରିବାର । ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ସାଉଡି ଗ୍ରାମପଞ୍ଚାୟତ ଛୟାଳିଆ ମୋତିବାବୁ ଚକ ରାସ୍ତା କଡ଼ରେ ଭଙ୍ଗା ଝୁମ୍ପୁଡ଼ି ଘରେ ବାସ କରୁଛନ୍ତି ଏକ ଦିବ୍ୟାଙ୍ଗ ପରିବାର । ପରିବାରର ବୟୋଜ୍ୟେଷ୍ଟ ମହିଳା ସରସ୍ବତୀଙ୍କର ଆଜକୁ ଦଶଦିନ ହେଲା ସ୍ୱର୍ଗବାସ ହୋଇଛି, କିନ୍ତୁ ଅନ୍ତେଷ୍ଟି କ୍ରିୟା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଛି । ରହିବାକୁ ଘରଟିଏ ନାହିଁ କି ପିନ୍ଧିବାକୁ ଭଲ ଲୁଗାଟିଏ ନାହିଁ । ସରସ୍ୱତୀଙ୍କ ପୁଅ ଲୋକଙ୍କ ଘରେ ମୁଲ ଲାଗିଲେ ଦୁଇ ଓଳି ଦୁଇମୁଠା ଖାଇବା ପାଇଁ ସମର୍ଥ ହୋଇଥାଏ ପରିବାର l ପରିବାରରେ ପୁଣି ଏକ ଦିବ୍ୟାଙ୍ଗ ବ୍ୟକ୍ତି ଯାହାଙ୍କୁ ଆଜି ପର୍ଯ୍ୟନ୍ତ ଠିକ ଭାବରେ ସରକାରୀ ସହାୟତା ମିଳିପାରିନାହିଁ । ପରିବାରର ଏଭଳି ପରିସ୍ଥିତିର ଖବର ପାଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଥିବା ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନର ସଭାପତି ଜଗନ୍ନାଥ ପରିଡା, ବାଲିଆପାଳ ଶାଖାର ସଭାପତି ରାଜକିଶୋର ପାତ୍ର, ଲଷ୍ମୀଧର ପ୍ରଧାନ ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ଦିବ୍ୟାଙ୍ଗ ପରିବାରକୁ ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ସମସ୍ତ ପୂଜା ସାମଗ୍ରୀ, ରାସନ ସାମଗ୍ରୀ, ପନିପରିବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବିକଳାଙ୍ଗର ରହିବା ପାଇଁ ବାସଗୃହ ଟିଏ ନାହିଁ, କି ବିକଳାଙ୍ଗ ବ୍ୟକ୍ତିଙ୍କର ସ୍ୱତନ୍ତ୍ର ସୁବିଧା ଟିଏ ନାହିଁ I ଏବାବଦରେ ସ୍ଥାନୀୟ ଆର ଆଇ, ତହସିଲଦାରଙ୍କୁ ଅବଗତ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର କୋଣସି ସୁଫଳ ମିଳିନାହିଁ । ଯଦିବା ଦିବ୍ୟାଙ୍ଗକୁ ଗୋଟିଏ ସାଇକେଲ ଦିଆଯାଇଥିଲା ଏବେ ସେ ସାଇକେଲଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି । ସରକାରଙ୍କ ସହାୟତା ଫେଲ ମାରିଥିବା ବେଳେ ଆଜିର ଦିନରେ ଏହି ସାମାଜିକ ସଂଗଠନର ଏହିଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରସଂଶାର ସୁଅ ଛୁଟିଛି । ତେବେ ଦେଖିବାକୁ ବାକିରହିଲା ଏହି ପରିବାରକୁ ପ୍ରଶାସନ କେବେ କେଉଁ ଦିନ ସାହାଯ୍ୟର ହାତ ବଢ଼ାଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *