ଦକ୍ଷିଣ ଏସିଆ ୧୮ ବର୍ଷରୁ କମ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ଓଡିଶା ବାସ୍କେଟବଲ ଆସୋସିଏସନ ଏବଂ ଭାରତୀୟ ବାସ୍କେଟବଲ ମହାସଂଘ ପକ୍ଷରୁ ଆଜିଠାରୁ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଦକ୍ଷିଣ ଏସୀୟ ୧୮ ବର୍ଷରୁ କମ ବାଳକ ଯୋଗ୍ୟତା ପର୍ଯ୍ୟାୟରେ ବାସ୍କେଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତୀୟ ବାସ୍କେଟବଲ ମହାସଂଘ ଓଡିଶା ବାସ୍କେଟବଲ ଆସୋସିଏସନ ଏବଂ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ତିନିଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ବାଂଲାଦେଶ ଓ ମାଳଦ୍ଵୀପ ଦଳ ଅଂଶଗ୍ରହଣ କରିଛନ୍ତି। ତିନିଟି ଦଳ ମଧ୍ୟରେ ୬ଟି ଲିଗ ମ୍ୟାଚ ଅନୁଷ୍ଠିତ ହେବ । ଆଜି ଅନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଛି। ଖେଳାଳୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜି ଉଦଘାଟନ ଉତ୍ସବରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଓଡିଶା ବାସ୍କେଟବଲ ଆସୋସିଏସନର ସଭାପତି ଜ୍ଞାନରଞ୍ଜନ ପରିଡା, ସମ୍ପାଦକ ଅଶୋକ ସାହୁ, ଓଲମ୍ପିକ ସମ୍ପାଦକ ଅଭିଜିତ ପାଲ୍, ଆୟୋଜକ କମିଟିର ଅଧ୍ୟକ୍ଷ ଅଜିତ ସିଂ ରାଠୋଡ, ବୈଷୟିକ କମିଟିର ଅଧ୍ୟକ୍ଷ ନର୍ମାନ ଇଶାକ, ସୁଶୀଲ କୁମାର ଉପସ୍ଥିତ ଥିଲେ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଖେଳାଳୀ ଏବଂ ଦର୍ଶକମାନଙ୍କର ଯାଞ୍ଜ ବ୍ୟବସ୍ଥାକୁ କଡାକଡି କରାଯାଇଛି।ହକି ତାରକା ଦିଲ୍ଲୀପ ତିର୍କୀ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଅଲମ୍ପିକ୍ସ ସମ୍ପଦ୍ଦକ୍ ଅଭିଜିତ ପାଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *