ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥାୟନ”କାର୍ଯ୍ୟକ୍ରମ ଆରମ୍ଭ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ “ଶ୍ରୀ ଜଗନ୍ନାଥାୟନ”କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ପ୍ରତିବର୍ଷ ପ୍ରତି ମାସର ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ ଘୋଷଣା କରିଥିଲେ ।ମାସକ ମଧ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କୁ ଶୀତତାପ ନିୟନ୍ତ୍ରିତ କରାଯିବ ବୋଲି ସେ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ଏକାଡେମୀ ର ସଚିବ ପ୍ରବୋଧ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ଚକ୍ରଧର ମହାପାତ୍ର, ପ୍ରସନ୍ନ ମିଶ୍ର,ପ୍ରଫୁଲ୍ଲ କୁମାର ସାମନ୍ତରାୟ,ହେମନ୍ତ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।ଧୀରେନ୍ଦ୍ର ମଲ୍ଲିକ ଙ୍କ ନିର୍ଦ୍ଦେଶନାରେ ନାଟକ “ଦଶାବତାର” କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଦ୍ରି ନାରାୟଣ ମିଶ୍ର, ବିକ୍ରମ ସାହୁ, ପ୍ରତିମା ମିଶ୍ର,ଅନାମ ସାହୁ, ବିଶ୍ଵନାଥ ମହାପାତ୍ର, ବିକାଶ ଦତ୍ତ, ରାମକୃଷ୍ଣ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *