ଶ୍ରୀପର୍ଣ୍ଣାର ପୁସ୍ତକ ଉନ୍ମୋଚନ ଓ ମକର ମିଳନ ୨୦୨୩

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀପର୍ଣ୍ଣା ର ପୁସ୍ତକ ଉନ୍ମୋଚନ ଓ ମକର ମିଳନ 2023 ସ୍ଥାନୀୟ ଗାନ୍ଧୀ ଘାଟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର କ୍ଷୀରୋଧ କୁମାର ରାୟ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଦିଲ୍ଲୀପ କୁମାର ସ୍ୱାଇଁ, ସଂମାନିତ ଅତିଥି ଭାବେ ଅମେୟ ବିକ୍ରମା ନନ୍ଦନ ଭୂୟାଁ, ଡ଼ ଦେବାଶିଷ ମହାପାତ୍ର, ଇଂ ଗିରିଜା ଶଙ୍କର ପାଢ଼ୀ, ଶିବ ପ୍ରସାଦ ପାଢ଼ୀ ଏବଂ ସଂଗଠନର ସଭାପତି ଡ଼ ବଳରାମ ଦାସ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ.ଏହାପରେ ଚିତ୍ତରଞ୍ଜନ ବିଶ୍ୱାଳ ଙ୍କ ପ୍ରକାସନି ପୁସ୍ତକ ବର୍ଷା ଅସରନ୍ତି ଏବଂ ଅମୟ ବିକ୍ରମା ନନ୍ଦନ ଭୂୟାଁ ଙ୍କ ପ୍ରକାସନି ବ୍ରହ୍ମବୋଧ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା. ଏହାପରେ ବିଭିର୍ଣ୍ଣ କବି ଓ କବୟିତ୍ରୀ ମାନଙ୍କ ମଧ୍ୟରେ କବିତା ସଂକଳନ ଅନୁଷ୍ଠିତ ହୋଇଥିଲା. ଶେଷରେ କବି ଗୌରାଙ୍ଗ ଚରଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

Leave a Reply

Your email address will not be published. Required fields are marked *