ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ପଦବୀରେ ଜଣେ କର୍ମଚାରୀ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେନାଣ୍ଟ ପଦବୀ୫ଥିଲେ ସୁଦ୍ଧା ଦୀର୍ଘ ଦିନ ଧରି ଏକ ମାତ୍ର କର୍ମଚାରୀ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ଯାହା ଫଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସମସ୍ୟାରହିଅଛି ଉକ୍ତ ପଦବୀ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଠାରେ ସାଧାରଣରେ ଦାବି ଫଳରେ ଏଇ ନିକଟରେ ଅନ୍ୟ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡେପୁଟେସନରେ ଜଣେ କର୍ମଚାରୀ ଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରାଯାଇଛି ଅପର ପକ୍ଷରେ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାରୁ କେହି ଯେପରି ବଞ୍ଚିତ ନରୁହନ୍ତୁ ବୋଲି ପ୍ରତିଦିନ ସରକାର ଡିଦମ୍ବି ପିଟୁଥିବା ବେଳେ ଆଜି ସୁଦ୍ଧା ଖାଲି ପଦବୀ ଗୁଡିକ ପୂରଣଆଜି ସୁଦ୍ଧା ହୋଇ ପାରିନାହିଁ ଉକ୍ତ ବ୍ଲକର୨୯ଗୋଟି ପଂଚାୟତର ଧନୀ ଗରିବ ସମସ୍ତ ଜନସାଧାରଣ ପ୍ରତିଦିନ ନିଜର ସ୍ୱାସ୍ଥ୍ୟ ସେବା ନିମନ୍ତେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର ଶୀଳ ହୋଇଥାନ୍ତି କିନ୍ତୁ ଦୁଃଖର କଥା ପ୍ରତିଦିନ ଶହ ଶହ ସଂଖ୍ୟରେ ଏଠାକୁ ରୋଗର ଉପଶମ ପାଇଁ ଲୋକ ଆସୁଥିବା ବେଳେ କିନ୍ତୁ ଦୀର୍ଘଦିନ ଧରି ଖାଲି ପଡି ଥିବା ଏହି ପଦବୀ ଗୁଡିକ କେବେ ପୂରଣ ହେବ ତାହା ଉକ୍ତ ବ୍ଲକ ବାସୀ ଚାତକ ପରି ଚାହିଁ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ କେବେ ବ୍ଲକ ବାସୀଙ୍କରଦୁଃଖ ଦୁର କରିବ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *