ରାଜ୍ୟ ପୁରସ୍କାର ବିତରଣ ଉତ୍ସବ

Spread the love

କଟକ,(ନାଗରାଜ ନ୍ୟୁଜ): ରାଜଭବନ ରେ ଆୟୋଜିତ ଭାରତ ସ୍କାଉଟ ଓ ଗାଇଡ ର ରାଜ୍ୟ ପୁରସ୍କାର ବିତରଣ ଉତ୍ସବ ରେ କଟକ ଜିଲ୍ଲାକୁ ଚଳିତ ବର୍ଷ ର ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପ ପାଇଁ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ସୌଦାମିନୀ ଦାସ, ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କୁ ମେମେଣ୍ଟ ଓ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ! ରାଜଭବନ ର ନୂତନ ସଭାଗୃହ ରେ ଆୟୋଜିତ ଏହି ବର୍ଣାଢ୍ୟ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟ ସ୍କାଉଟ କମିଶନର ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତୀ ଟୁକୁନି ସାହୁ, ଜାତୀୟ ଉପସଭାପତି ଡ଼ କାଲିପ୍ରସାଦ ମିଶ୍ର, ରାଜ୍ୟ ଉପସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ରାଜ୍ୟ ଗାଇଡ କମିଶନର ତଥା ପ୍ରଶାସନିକ ମୂଖ୍ୟ ଶ୍ରୀମତୀ ଅନାମିକା ଦାଶ, ରାଜ୍ୟପାଳ ଙ୍କ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରକ୍ଷକ ନାୟକ ଏବଂ ରାଜ୍ୟ ର ବହୁ ବିଶିଷ୍ଟ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ କ୍ରୀଡା ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସ୍କାଉଟ ମାଷ୍ଟର ଗାଇଡ କ୍ୟାପଟେନ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *