ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଅପରାହ୍ନରେ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ କ୍ରିଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ ।ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପୁରୀ ଜିଲ୍ଲା ପ୍ରଶାସନ କୁ କୃତଞତା ଜଣାଇଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲାପାଳ ଶ୍ରୀ ବର୍ମା କ୍ରିଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭ ର ଘୋଷଣା କରିଥିଲେ।ପୁରୀ ଖୋ ଖୋ ଦଳର ଶ୍ରୀ ଭରତ ପ୍ରଧାନ ସମସ୍ତ କ୍ରିଡାବିତ ଙ୍କୁ ଶପଥ ପାଠ କରାଇଥିଲେ।ଜିଲ୍ଲାପାଳ ବିଭିନ୍ନ ଦଳର କ୍ରିଡା ବିତ ଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ।ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ,କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଜିଲ୍ଲା ହାଇସ୍କୁଲ ର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ଅନୁଷ୍ଠିତ ହେଉଛି। ୧୩ ତାରିଖ ଉଦଯାପନ ଉତ୍ସବ ରେ ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍ ଅପ ଦଳକୁ ୭ ହଜାର ଟଙ୍କା,୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀ ଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯିବ। ଏହି ପ୍ରତିଯୋଗିତା ରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *