ରାଜ୍ୟସ୍ତରୀୟ ସବ୍ ଜୁନିଅର ଜାଭିୟର କପ୍ ବାସ୍କେଟ୍ ବଲ ପ୍ରତିଯୋଗୀତା ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡିଶା ବାସ୍କେଟ୍ ବଲ ଆସୋସିଏସନ୍ ଆନୁକୁଲ୍ୟରେ ଜବାହାର୍ ଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଆଜି ଠାରୁ ତିନିଦିନ ଧରି ରାଜ୍ୟ ସ୍ତରୀୟ ସବ୍ ଜୁନିଅର ବାଳକ ବାଳିକା ମଧ୍ୟରେ ଜାଭିୟର କପ୍ ବାସ୍କେଟ୍ ବଲ ପ୍ରତି ଯୋଗୀତା ଆରମ୍ଭ ହୋଇଛି। କେବଳ ଜାଭିୟର ଗ୍ରୁପ୍ ର ବାଳକ ବାଳିକା ମାନେ ଏହି ପ୍ରତିଯୋଗିତାରେ ମୋଟ 24 ଟି ଦଳ ଅଂଶଗ୍ରହଣ କରିଛନ୍ତି। ଜାଭିୟର ଗ୍ରୁପ୍ ଅଫ୍ ସ୍କୁଲର ନିର୍ଦ୍ଦେଶକ ଶ୍ରୀ ପି ସି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।ଓଡ଼ିଶା ବାସ୍କେ ଟ୍ ବଲ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଆନୁଷ୍ଠାନିକ ଭାବରେ ପ୍ରତିଯୋଗିତାକୁ ଉଦ୍ଘାଟନ କରି କହିଲେ ବିଦ୍ୟାଳୟ ସ୍ତରରେ କ୍ରୀଡା ପ୍ରତିଯୋଗିତାର ପ୍ରସାର ଓ ପ୍ରଚାର ପାଇଁ ଜାଭିୟର ଗ୍ରୁପ୍ ପକ୍ଷରୁ ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଉଦ୍ଘାଟନ ଉତ୍ସବରେ କଟକ ବାସ୍କେଟ ବଲ ସମ୍ପାଦକ ଅଶୋକ କୁମାର ସାହୁ,କାର୍ତ୍ତିକ ବେହେରା, ଆଶିଷ ସାହୁ,ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗୀ ମାନଙ୍କର ଏକ ଆକର୍ଷଣୀୟ ମାର୍ଚ୍ଚ ପାଷ୍ଟ ରେ ଅତିଥି ମାନେ ଅଭିନନ୍ଦନ ଗ୍ରହଣ କରିଥିଲେ। ଏହି ରାଜ୍ୟ ସ୍ତରୀୟ ସବ୍ ଜୁନିଅର ପ୍ରତିଯୋଗୀତା ଚମ୍ପିୟାନ ଏବଂ ରନର୍ସ ଦଳକୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *