ହାତୀ ମୃତ୍ୟୁକୁ ନେଇ ଏସଟିଏଫର ତନାଘନା

Spread the love

ବଡମ୍ବା,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବଡମ୍ବା ବନବିଭାଗ ଗୋପପୁର ରେଞ୍ଜରେ ପଶିଲେ ଏସଟିଏଫ ର ୮ ଜଣିଆ ଟିମ।ବଡମ୍ବା ରେଞ୍ଜ ଗୋପପୁର ସେକ୍ସନ ର ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତା ଯାଇଥିବା ସନ୍ଦେହ।୨ ଟି ଜାଗା ଠାବ କରିଛି ଟିମ।ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଏସପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ବଡ଼ମ୍ବା ବନବିଭାଗର ଗୋପପୁର ରେଞ୍ଜର ଚନ୍ଦ୍ରଗିରି ପାହାଡ ପାଖରେ ପହଞ୍ଚି ଥିଲେ।ସେମାନଙ୍କ ସହିତ ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଓ ବଡ଼ମ୍ବା BVO ମଧୁସୂଦନ ଦାସ ଉପସ୍ଥିତିରେ ଠାବ କରାଯାଇଥିବା ଦୁଇଟି ଜାଗାରୁ ଗୋଟିଏ ଜାଗାକୁ JCB ଦ୍ୱାରା ଖୋଳା ଯାଇଥିଲା।ସରକାରୀ ସାକ୍ଷୀ ଭାବରେ ବଡମ୍ବା ତହସିଲ ର କନିଷ୍ଠ ରାଜସ୍ୱ ସହାୟକ(JRA) ଉପସ୍ଥିତ ଥିଲେ।ସେଠାରୁ ଏକ ହାତୀର ମୃତ ଦେହକୁ ପୋତାଯାଇଥିବା ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *