ସର୍ପାଘାତରେ ଛାତ୍ରୀଙ୍କ ମୃତ୍ୟୁ

Spread the love


ଭୁବନେଶ୍ଵର: ସର୍ପାଘାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେ ଭୁବନେଶ୍ଵରସ୍ଥିତ ଏକ ଘରୋଇ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଆଜି ସର୍ପାଘାତରେ ସୁମିତ୍ରା ଚଉଁରୀଙ୍କ ମୃତ୍ୟୁ ହୋଇଯାଇଛି। କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା ଏବଂ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଅମିତ କଲେଜରେ ଶୋକର ଛାୟା ଖେଳି ଯାଇଛି।

ଅପରାହ୍ନରେ ଗୁଗଲ ମିଟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏଥିରେ ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ଅଧ୍ୟକ୍ଷ ଡଃ ଶରତ ଚନ୍ଦ୍ର ନାୟକ, ଅଧ୍ୟାପକ ଟିକାୟତ ନାୟକ, ଚିନ୍ତନ ବ୍ରହ୍ମା, ରଥୀନ୍ଦ୍ର ମିଶ୍ର, ସୁବ୍ରତ ପତି, ଭି ଆର ରାଜୁ, ସୁଧାଂଶୁ ଶେଖର ଧଡା, ମଧୁସ୍ମିତା ବିଧାର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହାସହ ସାମ୍ବାଦିକ ବିଭାଗର ଛାତ୍ରଛାତ୍ରୀ ଯାଜ୍ଞସେନୀ ପରିଡା, ମମତା ଜେନା , ରଶ୍ମିତା ନାୟକ, ସରୋଜ ଭୋଇ, ବିବେକାନନ୍ଦ ସେଠୀ, ଦିପ୍ତୀରାଣୀ ମହାପାତ୍ର , ଶ୍ରୀୟଙ୍କା
ସାହୁ, ଡଲଫିନ ପ୍ରଧାନ, ଦିପ୍ତିମୟୀ ନାୟକ,ସ୍ମୃତିରଞ୍ଜନ ପଣ୍ଡା, ଗଗନ ଭୋଇ, ଜସ୍ମିନ ନାୟକ, ପୁଷ୍ପାଞ୍ଜଳି ମହାନ୍ତି ରଶ୍ମିତା ସେଠୀ, ସରସ୍ଵତୀ ସେଠୀ, ଜ୍ୟୋତି ରଞ୍ଜନ ତ୍ରିପାଠୀ, ଗୁରୁପଦ ନାଥ, ପ୍ରସଙ୍ଗ ଜାଲି, କମଲ ଲୋଚନ ଆମରଆପୁ ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସୁମିତ୍ରାଙ୍କ ସ୍ମୃତି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *