ପାଣିରେ ବୁଡି ଛାତ୍ର ମୃତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ କ୍ଲବ ପରିସରରେ ଥିବା ସୁଇମିଂ ପୁଲରେ କଲେଜ ପିଲାଙ୍କ ଏନସିସି ସନ୍ତରଣ ଟ୍ରେନିଂ ବେଳେ ଜଣେ ଛାତ୍ର ବୁଡି ଯାଇ ମୃତ୍ୟୁ ବରଣ କରିଛି। ମୃତ ଛାତ୍ର ହେଉଛନ୍ତି ରାଜାବଗିଚା ସିଟି କଲେଜ ଛାତ୍ର ସ୍ବେପ୍ନେଶ୍ବର ଦାସ। ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର । ଅନ୍ୟ ପିଲାଙ୍କ ସହ ସେ ସନ୍ତରଣ ପାଇଁ ପୁଲକୁ ପଶିବା ପରେ ହଠାତ ବୁଡି ଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ସିଟି ହସପିଟାଲ କୁ ପଠାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ଓ ରାଜାବଗିଚା ଅଂଚଳର ଲୋକମାନେ ଏବେ ସିଟି ହସପିଟାଲ ପରିସରରେ ଉପସ୍ଥିତ ଅଛନ୍ତି ।ସମସ୍ତ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ବର୍ଷେ ହେବ ସନ୍ତରଣ ଶିଖିଥିଲେ ଓ କିପରି ଏହା ଘଟିଲା ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । ଏହାର ସଠିକ୍ ତଦନ୍ତ କରିବାକୁ ପରିବାର ଲୋକ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *