ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ମାଟିଆଳପଦା ସ୍ଥିତ କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରସାଦ ରାଉଳ,ମୁଖ୍ୟବକ୍ତା ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷା ଜୟନ୍ତୀ ଦାସ, ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଜ୍ୟୋର୍ତିମୟୀ ପଣ୍ଡା,ଶଙ୍କର୍ଷଣ ଜେନାଙ୍କ ସମେତ ପ୍ରଶିକ୍ଷିକା ସସ୍ମିତା ଖଟୁଆ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ଅତିଥିମାନେ ବକ୍ତବ୍ୟରେ ନାରୀର ସାହାସ ହେଉଛି ତାର ପ୍ରଥମ ଅସ୍ତ୍ର,ଯେକୌଣସି ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।ପରେ ପ୍ରଶିକ୍ଷିକା ଛାତ୍ରୀମାନଙ୍କୁ ବିଭିନ୍ନ କୋୖଶଳର ପ୍ରଶିକ୍ଷଣ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ୮ଦିନ ଧରି ଚାଲିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି।
ବାଲେଶ୍ଵର ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ