ପରୀକ୍ଷା ବର୍ଜନ କରିଛନ୍ତି କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଉତେଜନା ଦେଖାଦେଇଛି। ଆଜି ୫ମ ଶେଷ ବର୍ଷର ଛାତ୍ର ଛାତ୍ରୀ ଙ୍କ ଲେବର ଲ ପେପର ପରୀକ୍ଷା ହେବାକୁ ଥିବାବେଳେ କରୋନା ପଜିଟିଭ ବାହାରିବା ପରେ ଛାତ୍ର ଛାତ୍ରୀ ମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନ ଲାଇନ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି। କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ ଗତ କାଲି ଆଉ ତିନି ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। ଆଜି ୧୦ ଟା ତିରିଶ ରୁ ୧ ଟା ତିରିଶ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ତେବେ ଏହି ଘଟଣାରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *