ଜାଗା ମିସନ୍ କୁ ନେଇ ମହାମହିମ ରାଜ୍ୟପାଳ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ପ୍ରଦାନ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ତା ୨୭.୧୨.୨୦୨୨ରିଖ ପୂର୍ବ ନିର୍ଦ୍ଧାରିତ ସମୟରେ ଢେଙ୍କାନାଳ ଜିଲ୍ଲା ର ଦେବସେନା ମହାସଚିବ ଯୁଧିଷ୍ଠିର ସାହୁ ଙ୍କ ତତ୍ବାବଧାନରେ ରାଜ୍ୟ ସରକାର ଙ୍କ ଦ୍ଵାରା ଘୋଷଣା ହୋଇଥିବା “ଜାଗା ମିସନ୍” ଅନ୍ତର୍ଗତ ମହାନଗର, ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ରେ ଅସ୍ଥାୟୀ ଭାବରେ ବସବାସ କରୁଥିବା ଅନୁପ୍ରବେଶକାରୀ ବାଙ୍ଗଲାଦେଶୀ ତଥା ରୋହିଙ୍ଗିଆ ଙ୍କୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ଜମିପଟ୍ଟା ପ୍ରଦାନ ନ କରିବା , ହିତାଧିକାରୀ ଚୟନ ରେ ସ୍ବଚ୍ଛତା ଆଣିବା ପାଇଁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦେଶର ତଥା ରାଜ୍ୟ ର ସ୍ଥାୟୀ ନାଗରିକ ଏହାର ସୁଫଳ କିପରି ପାଇପାରିବେ ତଥା ବିଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ବାଦ୍ ଦେଇ ଏହି କାର୍ଯ୍ୟକ୍ରମ କୁ ସୁନିଶ୍ଚିତ କରିବା ପାଇଁ ଦେବସେନା ସଂଗଠନ ଦୃଢ଼ ଦାବି ଉପସ୍ଥାପନ କରିଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମହାସଚିବ ଯୁଧିଷ୍ଠିର ସାହୁ ଙ୍କ ସମେତ, ଜିଲ୍ଲା ଉପାଧ୍ୟକ୍ଷ ପ୍ରବୀର କୁମାର ସାହୁ, ଜିଲ୍ଲା ପରାମର୍ଶଦାତା ଶିଶିର ଶତପଥୀ, ପ୍ରଦେଶ ଆଇ.ଟି.ସେଲ ପ୍ରଭାରୀ ପ୍ରଶାନ୍ତ କୁମାର ନାୟକ, ପ୍ରଦେଶ ଗୋରକ୍ଷା ପ୍ରକୋଷ୍ଠ ର ମହାସଚିବ ସୁନିଲ କୁମାର ନାୟକ, କଙ୍କଡ଼ାହାଡ଼ ମଣ୍ଡଳ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ସାହୁ ଓ ମନୋଜ ଭାଇ ଉପସ୍ଥିତ ରହିଥିଲେ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *